ସଢ଼ା ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ସଢ଼ା ସେବାସମବାୟ ସମିତିରେ ଧାନ ମଣ୍ଡି ଶୁଭାରମ୍ଭ ହୋଇଯାଇଛି । ସମିତିର ସଭାପତି ଶଙ୍କର୍ଷଣ ମଲ୍ଲିକ ନଡିଆଭାଙ୍ଗି ଏହାର ଶୁଭାରମ୍ଭ କରିଥିବାବେଳେ ସୁନ୍ଦରାପାଳ ରାଇସମିଲର ଏମ.ଡି ଅଲେଖ ଚନ୍ଦ୍ର ମଲ୍ଲିକ, ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ, ଉପସହକାରୀ ନିବନ୍ଧକ ବିଜୟ କୁମାର ହେମ୍ରମ, ସମିତିର ସମ୍ପାଦକ ଦିନବନ୍ଧୁ ଜେନା , ସହ ସମ୍ପାଦକ ଶୁକଦେବ ରାଉତ, ଡିଇଓ ମନୋଜ ନାୟକ,ଅବିନାଶ ମଣ୍ଡଳ, ସୁଧାକର ଯେନ. ଚାଷୀ କମିଟି ସଦସ୍ୟ ଗୌତ୍ତମ ବଳ ପ୍ରମୁଖ ଯୋଗଦେଇଥିଲେ । ଚାଷୀ ମାନେ କିପରି ସୁବିଧାରେ ମଣ୍ଡିରେ ଧାନ ବିକ୍ରି କରିପାରିବେ ତାହା ଉପରେ ଆଲୋଚନା କରିଥିଲେ । ପ୍ରତି ସୋମବାର,ବୁଧବାର, ଶୁକ୍ରବାର ଓ ଶନିବାରରେ ଧାନ କିଣାଯିବାକୁ ଧାର୍ଯ୍ୟ ହୋଇଛି । ସମିତର ୧୦୧୮ଜଣ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରିଥିବାବେଳେ ୭୯୯ଜଣ ଚାଷୀଙ୍କ ଭେରିଫାଏଡ ଲିଷ୍ଟ ଆସିଥିବା ଓ ସେମାନଙ୍କ ନିକଟରୁ ପ୍ରଥମ ପର୍ଯ୍ୟାୟରେ ୩୯ହଜାର ୭୦୦କୁଇଣ୍ଟାଲ ଧାନ କିଣାଯିବ ବୋଲି ସମ୍ପାଦକ ସୁଚନା ଦେଇଥିଲେ । ଆଜି ପ୍ରଥମ ଦିନରେ ୨୩ଜଣ ଚାଷୀଙ୍କ ନାମରେ ଟୋକନ ଆସିଥିବାବେଳେ ସେମାନଙ୍କ ଠାରୁ ୧୪୪୦କୁଇଣ୍ଟାଲ ଧାନ କିଣାଯିବାକୁ ଧାର୍ଯ୍ୟ ହୋଇଛି । ଗଦାଧର ନାୟକ, ଗୁରୁକୃଷ୍ଣ ନାୟକ, ନରେନ୍ଦ୍ର ବେହେରା, ଗଣେଷ ବଳ, ମନୋରମା ନାୟକ, ବିକ୍ର୍ରମ କେଶରୀ ବିଶ୍ୱାଳ ପ୍ରମୁଖ ଚାଷୀଙ୍କ ଠାରୁ ଧାନ କିଣାର ଶୁଭାରମ୍ଭ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ