ସୟଦନା ସେଖ ଅହମ୍ମଦ ପୀର ବାବାଙ୍କ ବାର୍ଷିକ ଉର୍ସ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) :ସହରର ସୁନହଟସ୍ଥିତ ସୟଦନା ସେଖ ଅହମ୍ମଦ ପୀର ବାବାଙ୍କ ୬୪ତମ ବାର୍ଷିକ ଉର୍ସ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ପ୍ରସିଦ୍ଧ ଭୁଜାଖିଆ ପୀର ବାବାଙ୍କ ବଡ ଭାଇ ହେଉଛନ୍ତି ଅହମ୍ମଦ ପୀର ବାବା । ପ୍ରତ୍ୟେକ ବର୍ଷ ବାବା ଭୁଜାଖିଆ ପୀରଙ୍କ ଉର୍ସର ଗୋଟିଏ ସପ୍ତାହ ପୂର୍ବରୁ ବଡ଼ ବାବାଙ୍କ ଉର୍ସ ଉତ୍ସବ ପାଳିତ ହୋଇଥାଏ । ସେହିକ୍ରମରେ ଆରମ୍ଭ ଉର୍ସରେ ବାବାଙ୍କର ଗୋସାଲ କରାଯାଇଥିଲା । ବୁଢାବଳଙ୍ଗ ନଦୀର ପରମିଟ ଘାଟରୁ ଶୋଭାଯାତ୍ରରେ ପାଣି ଅଣାଯିବା ପରେ ଆସ୍ତାନକୁ ପବିତ୍ର କରାଯାଇଥିଲା । ଏଥି ସହିତ ଫୁଲ ଏବଂ ଚନ୍ଦନ ଶୋଭାଯାତ୍ରା ସହର ପରିକ୍ରମା ସହ ଅପରାହ୍ନରୁ ବାବାଙ୍କ ଆସ୍ତାନରେ ଶବିନା ପାଠ କରାଯାଇଥିଲା । ଗୋସାଲ ପରେ ବହୁ ଭକ୍ତ ବାବାଙ୍କ ଆସ୍ତାନରେ ଚାଦର ଚଢାଉଥିବା ଦେଖିବାକୁ ମିଳିଥିଲା । ରବିବାର ଉଦ୍‌ଯାପନୀ ଦିବସରେ କୋରାନ ସରିଫ ପାଠ ସହିତ ସନ୍ଧ୍ୟାରେ ଫାତେହା ପରେ ଶିରିଣୀ ବିତରଣ କରାଯିବ ବୋଲି ଆୟୋଜକ କମିଟି କର୍ମକର୍ତ୍ତାମାନେ କହିଛନ୍ତି । ସେହିପିର ଉର୍ସର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଭାରତର ବିଶିଷ୍ଟ ଉର୍ଦ୍ଦୁ କବିମାନଙ୍କ ଦ୍ୱାରା ମୁଶାଏରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି । କମିଟିର ସଭାପତି ସେଖ ଶାହାଉଦ୍ଦିନ, ସମ୍ପାଦକ ଅବଦୁଲ ଜାହିଦ ଖାନ୍‌, ଶେଖ ଅବଦୁଲ କାମିଲ, ଶେଖ ଅବଦୁଲ ସାଜିଦ, ଶେଖ ମେହମ୍ମୁଦ, ଶେଖ ଅବଦୁଲ ରଜାକ୍‌, ଶେଖ ଗୁଲାମ ମଜାମିଲ୍‌, ଶେଖ ହାସିମ, ସେଖ ନସିମ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ