ହଂକଂରେ ପ୍ରତ୍ୟାର୍ପର୍ଣ ବିଲକୁ ବିରୋଧ କରି ,ପୋଲିସ ଜନତା ମୁହାଁମୁହିଁ , ପୋଲିସ ରବର ଗୁଳିରେ ୭୯ ଆହାତ ,୨ ଗୁରୁତର
ହଂକଂରେ ପ୍ରତ୍ୟାର୍ପଣ ବିଲକୁ ଜନତା ବିରୋଧ କରିବାରୁ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତିି । ପୋଲିସର ରବର ଗୁଳିରେ ୭୯ ଜଣ ଆହାତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତିି । ସୂଚନା ଅନୁଯାୟୀ ୧୯୯୭ ଚୀନ ଓ ବ୍ରିଟେନର ବୁଝାମଣା ଅନୁଯାୟୀ ହଂକଂ ଚୀନକୁ ହସ୍ତାନ୍ତର କରାଯାଇଥô୍ଲା । ହେଲେ ପ୍ରତ୍ୟାର୍ପଣ ବିଲକୁ ବିରୋଧ କରି ଥିଲେ ।ା ସରକାରଙ୍କୁ ବୁଧବାର ସକାଳ ୭ ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । କିନ୍ତୁ ଏହି ସମୟ ବିତିଯାଇଥିଲା ଏହା ପରେ ସେଠାରେ ପ୍ରବଳ ବର୍ଷା ସତ୍ୱେ ପ୍ରାୟ ୫୦ ହଜାରରୁ ଉଦ୍ଧ୍ୱର୍ ବିକ୍ଷୋପକାରୀ ବିକ୍ଷୋପ ପ୍ରଦର୍ଶନ କରିଥିଲେ । ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ପ୍ରାୟ ୧୨ ଘଣ୍ଟା ଟ୍ରାଫିକ ଜାମ ହୋଇ ଯାତାୟତ ବାଧାପ୍ରାପ୍ତ ହେବାରୁ ପୋଲିସ ତରଫରୁ ରବର ଗୁଳି ଚାଳନା ସହ ଲୁହାବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ଜନତା ମଧ୍ୟ ପୋଲିସ ଉପରକୁ ଟେକା ପଥର ଫୋପାଡି ଥିଲେ । ୧୯୭୭ ମସିହାରେ ବୁଝାମୁଣା ସତ୍ୱେ ଚୀନକୁ ହଂକଂର ପ୍ରତ୍ୟର୍ପଣ ବାହାରେ ରଖାଯାଇଥିଲା ।ଆଇନକୁ ପ୍ରସ୍ତର କରିବା ନିମନ୍ତେ ଏହି ପ୍ରସ୍ତାବ ଅଛି ବୋଲି କୁହାଯାଇଛି । ଏହି ପ୍ରସ୍ତାବ ଅନୁସାରେ ହଂକଂ ନିଜ ପଡୋଶୀ ତାଇୱାନ, ମଗାଉ ଏବଂ ଚୀନ ସହ ସମସ୍ତ ସନ୍ଦିଗ୍ଧଙ୍କୁ ପ୍ରତ୍ୟର୍ପଣ କରିବାକୁ ଅନୁମତି ଦେବ। ଏନେଇ ପ୍ରସ୍ତାବିତ ବିଲ୍ ଜୁନ ୨୦ରେ ହଂକଂ ସଂସଦରେ ଆଗତ ହୋଇ ଏଥିପାଇଁ ଚୂଡାନ୍ତ ମତଦାନ ଗ୍ରହଣ କରାଯିବ। ଏହାକୁ ବିରୋଦ୍ଧ କରି ଜନ ଅସନ୍ତୋଷ ଦେଖାଦେଇଛି ।