ହଂସୁଆ କଳା ପ୍ରତିଷ୍ଠାନ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

ରାଜନଗର : ରାଜନଗର ବ୍ଲକର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ହଂସୁଆ କଳା ପ୍ରତିଷ୍ଠାନର ୫ମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ କବି ଶତୃଘନ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶୈ÷ଳେନ୍ଦ୍ରନାରାୟଣ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ହରେକୃଷ୍ଣ ମିଶ୍ର ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରିଥିଲେ । ମୁକ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଭାଷ୍କର ରାଉତରାୟ, ସମ୍ମାନୀତ ଅତିଥି ଭାବେ ଅନୁଷ୍ଠାନର ପରିଚାଳନା ସଂପାଦକ ବରିଷ୍ଠ ସାମ୍ବାଦିକ ବସନ୍ତକୁମାର ହାତି, ସଂଗୀତ ଗୁରୁ ମନୋଜକୁମାର ଦାଶ ଯୋଗଦେଇ ଗ୍ରାମାଂଚଳରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ହଂସୁଆ କଳା ପ୍ରତିଷ୍ଠାନର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅନୁଷ୍ଠାନ ୫ବର୍ଷ ମଧ୍ୟରେ ବହୁ ପ୍ରତିଭାଙ୍କୁ ଓଡିଶାର କଳା କ୍ଷେତ୍ରରେ ପ୍ରତିଷ୍ଠିତ କରିପାରିଛି । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ