ହକରଙ୍କୁ ମିଳିଲା କରୋନା ସହାୟୟତା

ହାଟଡିହି, (ବିକାଶ ବିଶ୍ୱାଳ ) : ରାଜ୍ୟ ସରକାର ରାଜ୍ୟର ସମସ୍ତ ହକର ମାନଙ୍କୁ କରୋନା ସହାୟତା ପ୍ରଦାନ କରିବାପରେ ହକର ମାନଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି । ବହୁ ବିଳମ୍ବରେ ହେଲେ ମଧ୍ୟ ହକର ମାନଙ୍କୁ ସହାୟତା ପ୍ରଦାନ କରିଥିବାରୁ ହକରମାନେ ରାଜ୍ୟ ସରକାରକୁ ସାଧୁବାଦ ଜଣାଇଛନ୍ତି । ଗତ କରୋନା ମହାମାରୀ ସମୟରେ ହକରମାନେ ଘରକୁ ଘର ବୁଲି ଖବର କାଗଜ ପହଞ୍ଚାଇ ଲୋକମାନଙ୍କ ପାଖରେ କରୋନା ସମ୍ପର୍କିତ ତଥ୍ୟ ପଞ୍ଚାଇବା ସଚେତନତା କରାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ଏବେ ରାଜ୍ୟ ସରକାର ହକର ମାନଙ୍କୁ ପଞ୍ଜିକୃତ କରାଇବା ସହିତ ଆଜି ସେମାନଙ୍କ ଏକାଉଣ୍ଟକୁ ୬ହଜାର କରି ସହାୟତା ପ୍ରଦାନ କରିଥିବାରୁ ହାଟଡିହି ବ୍ଲକର ଶରତ କୁମାର ନାୟକ, ଶିଶିର କୁମାର ବେହେରା, କୈଳାଶ ଚନ୍ଦ୍ର କୁଅଁର, ଅନ୍ତର୍ଯ୍ୟାମୀ ରାଉତ, ସୁବାସ ଚନ୍ଦ୍ର ଘୋଷ, ଲକ୍ଷ୍ମୀଧର ବେହେରା, ସୋମନାଥ ଦେହୁରୀ, ସରୋଜ କୁମାର ମଲ୍ଲିକ, ସୁଦାମ ଚରଣ ସେଠୀ, ପଦ୍ମଲୋଚନ ଜେନା, ରବିନ୍ଦ୍ର କୁମାର ସାହୁ, ପ୍ରସନ୍ନ ଜେନା ପ୍ରମୁଖ ହକରମାନେ ଖୁସିବ୍ୟକ୍ତ କରିବା ସହିତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ