ହକିରୁ ସନ୍ୟାସ ନେଲେ ସୁନିତା ଲାକ୍ରା

ସୁନ୍ଦରଗଡ଼- ଅନ୍ତର୍ଜାତୀୟ ମହିଳା ହକିରୁ ସନ୍ୟାସ ନେଇଛନ୍ତି ସୁନିତା ଲାକ୍ରା । ଆଘାତ ହେବାକରଣରୁ ସେ ଅବସର ନେଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ନାଲକୋ ପକ୍ଷରୁ ହକି ଖେଳିବେ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦେଇଛନ୍ତି । ଓଡ଼ିଆ ମହିଳା ହକି ଖେଳାଳି ସୁନିତା ୨୦୦୮ ମସିହାରେ ନିଜ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୬ରେ ସେ ରିଓ ଅଲମ୍ପିକ୍ସରେ ଭାଗ ନେଇଥିଲେ । ସେ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି । ତା ସହିତ ୨୦୧୮ରେ ଏସିୟ ଚାମ୍ପିୟନସିପ୍ ଟ୍ରଫି ମହିଳା ହକି ଦଳର ଅଧିନାୟିକ ଦାୟିତ୍ୱ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ