ହଜାର ଫୁଟ ଉଚ୍ଚରେ ଚଢ଼ି ସେଲ୍ଫି ନେଉଛନ୍ତି ଯୁବତୀ
ଆଜିକାଲି ସେଲ୍ଫି ନିଶା ପ୍ରାୟ ସମସ୍ତଙ୍କୁ ଘାରିଛି । ଯେଉଁଠି ଦେଖ ଖାଲି ସେଲ୍ଫି ଉଠାଇବାରେ ବ୍ୟସ୍ତ । କିନ୍ତୁ ଜଣେ ଜଣେ ଏମିତି ସ୍ଥାନରେ ସେଲ୍ଫି ଉଠାଉଛନ୍ତି, ଦେଖିଲେ ଭୟରେ ଦେହ ଥରି ଉଠିବ । ଫଟୋରେ ଦେଖନ୍ତୁ ଏହି ଯୁବତୀଙ୍କୁ କେତେ ଉଚ୍ଚରେ ଚଢ଼ି ଫଟୋ ଉଠାଉଛନ୍ତି । ୨୬ ବର୍ଷୀୟା ଆଞ୍ଜେଲା ନିକୋଲାଉ ନାମକ ଋଷର ଏହି ଯୁବତୀଙ୍କର ଫଟୋ ଉଠାଇବାରେ ଭାରି ସଉକ୍ । ଏହି ଫଟୋଗୁଡ଼ିକ ହଜାର ହଜାର ଫୁଟ ଉଚ୍ଚରେ ଚଢ଼ି ଉଠାଉଛନ୍ତି । ଏପରି ଫଟୋକୁ ରୁଫ୍ ଟପିଙ୍ଗ୍ କୁହାଯାଏ । ଏମିତି ଫଟୋ ଉଠାଇବା ବର୍ତ୍ତମାନ ଟ୍ରେଣ୍ଡ ପାଲଟିଗଲାଣି । ଏପରି ଫଟୋ ଉଠାଇବା ବିପଜ୍ଜନକ ହୋଇଥିଲେ ବି ଯୁବତୀ ଜଣଙ୍କ ଅନାୟସରେ ସୁଉଚ୍ଚ ଅଟ୍ଟାଳିକା ଉପରେ ଚଢ଼ି ଫଟୋ ଉଠାଉଛନ୍ତି । ଏଥିରେ ଜୀବନ ଚାଲିଯିବାର ଭୟ ରହିଛି । ତଥାପି ଏହାକୁ ସେ ଖାତିର କରୁନାହାନ୍ତି । ଆଞ୍ଜେଲା କୁହନ୍ତି, ତାଙ୍କର ଜେଜେ ଜାଣିପାରିଲେ ଯେ ସେ ଏତେ ଉଚ୍ଚରେ ଚଢ଼ି ଫଟୋ ଉଠାଉଛନ୍ତି । ତେଣୁ ତାଙ୍କ ଜେଜେ ବହୁତ ଡରିଯାଇଥିଲେ । ଏହା ପରେ ଆଞ୍ଜେଲା ଜେଜେଙ୍କୁ ମିଛ କହିଥିଲେ । ଏ ଫଟୋ ତାଙ୍କର ନୁହେଁ ବୋଲି । ଏଠାରେ କହିରଖୁଛୁ, ଆଞ୍ଜେଲାଙ୍କ ପିତା ମାସ୍କୋ ସର୍କସରେ କାମ କରୁଛନ୍ତି । ପିଲାଦିନରୁ ଆଞ୍ଜେଲାଙ୍କୁ ଏମିତି ତାଲିମ ଦେଇଥିଲେ ତାଙ୍କ ପିତା । ଏବେ ଅଞ୍ଜେଲା ସର୍କସରେ ବି କାମ କରୁଛନ୍ତି । ଆଞ୍ଜେଲା ତାଙ୍କ ଇନ୍ଷ୍ଟାଗ୍ରାମରେ ଫଟୋଗୁଡ଼ିକ ପୋଷ୍ଟ କରିଛନ୍ତି । ଏହାକୁ ହଜାର ହଜାର ଲୋକ ପସନ୍ଦ କରିବା ସହ ତାରିଫ୍ କରୁଛନ୍ତି । ଡରି ମଧ୍ୟ ଯାଉଛନ୍ତି ।


