ହଜାର ଶାଳଗ୍ରାମର ଖୋଲା ଦର୍ଶନ କରିବେ ଭକ୍ତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଶିଷ୍ଟ ସ୍ୱାମୀ ଦିବ୍ୟାନନ୍ଦ ଗିରିଙ୍କ ତତ୍ତ୍ୱାବଧାନରେ ଗତ ୧୫ ତାରିଖ ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିରଠାରୁ ନେପାଳର ପଶୁପତିନାଥ ମନ୍ଦିର ପର୍ଯ୍ୟନ୍ତ ଏକ ମୈତ୍ରୀ ଯାତ୍ରା ଅନୁଷ୍ଠିତ ହୋଇଥିଲା । ନେପାଳ ଉପକଣ୍ଠରେ ବହୁ ସାଧୁ ସନ୍ଥ ଓ ରାଜନୈତିକ ବ୍ୟକ୍ତିବିଶେଷ ମୈତ୍ରୀ ଯାତ୍ରାକୁ ସ୍ୱାଗତ କରିଥିଲେ । ମୁକ୍ତିନାଥ ଓ କାଳୀଗଣ୍ଡୁକି ଭଳି ପ୍ରସିଦ୍ଧ ମନ୍ଦିରମାନଙ୍କରୁ ୭ ହଜାର ଦିବ୍ୟ ଶ୍ରୀ ଶାଳଗ୍ରାମ ସଂଗ୍ରହ କରି ଓଡ଼ିଶା ଆଣିବାରେ ସମର୍ଥ ହୋଇଛନ୍ତି ସ୍ୱାମୀ ଦିବ୍ୟାନନ୍ଦ ଗିରି । ଆସନ୍ତା କାଲି ସକାଳ ୬ଟା ବେଳେ ଛତିଆସ୍ଥିତ ଉଦାସୀନ ଆଶ୍ରମରେ ଶ୍ରୀ ଶାଳଗ୍ରାମାନେ ପହଞ୍ôଚବେ ଓ ସେଠାରୁ ଯଜ୍ଞାନୁଷ୍ଠାନ ପୂର୍ବକ ଶାଳଗ୍ରାମମାନଙ୍କୁ ଶୋଧନ ଓ ପୂଜାର୍ଚ୍ଚନା କରାଯାଇ ଶୋଭାଯାତ୍ରାରେ ଭୁବନେଶ୍ୱର ଅଣାଯିବା ପରେ ୨୫ ଓ ୨୬ ଦୁଇଦିନ ଧରି ଶାଳଗ୍ରାମ ପ୍ରତିଷ୍ଠା ଉତ୍ସବ ପାଳିତ ହେବ । ପ୍ରତିଷ୍ଠା ଉତ୍ସବ ପରେ ଶାଳଗ୍ରାମଗୁଡ଼ିକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ଶାଳଗ୍ରାମ ପୂଜା ପାଇଁ ପ୍ରତିଦିନ ରୁଦ୍ରାଭିଷେକ ଅନୁଷ୍ଠିତ ହେବ ।