ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ ଜନ୍ମଦିନ ପାଳନ କଲେ କଂଗ୍ରେସ ନେତା ମନୋଜ ଜେନା
ହାଟଡିହିି, (ବିକାଶ ବିଶ୍ୱାଳ):ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ ନିଜର ଜନ୍ମଦିନ ପାଳନ କରିଛନ୍ତି ଯୁବ କଂଗ୍ରେସ ନେତା ମନୋଜ ଜେନା । ଆଜି ନିଜ ଗାଁ ଶଙ୍ଖଣାରେ ଅନୁଷ୍ଠିତ ଏହି ଜନ୍ମଦିନ ପାଳନ ଉତ୍ସବରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରରୁ କଂଗ୍ରେସ କର୍ମୀମାନେ ଏକ୍ରତ୍ରିତ ହୋଇ ହୋଇଥିଲେ । ପ୍ରାରମ୍ଭରେ ପୁର୍ବତନ ପିସିସି ସଭାପତି ଜୟଦେବ ଜେନା କର୍ମୀ ମାନଙ୍କୁ ସ୍ୱାଗତ କରିବା ସହିତ ଆଗାମି ଦିନରେ କଂଗ୍ରେସକୁ କିପରି ବିଜୟୀ କରାଇବେ ସେଥିଲାଗି ସମସ୍ତ କଂଗ୍ରେସ କର୍ମୀମାନେ ଏକଯୁଟ ହେବାକୁ ସେ ଆହ୍ୱାନ ଦେଇଥିଲେ । ସେହିପରି ଯୁବନେତା ମନୋଜ ଜେନା ନିଜର ଜନ୍ମଦିନ କେକ୍ କାଟିବା ସହିତ ଆଗାମି ଦିନରେ କିପରି ଲୋକମାନଙ୍କ ସେବା କରିପାରିବେ ଓ ଦୁଃସ୍ଥିତିରେ ଥିବା ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁଖଦୁଖଃରେ ଭାଗି ହେବେ ସେଥବପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ତାଙ୍କ ପ୍ରତି ଭଲପାଇବା ଓ ସ୍ନେହ ଆଦର ଥିବାରୁ ଆଗାମି ଦିନରେ କଂଗ୍ରେସର ହୃତଗୌରବ ଫେରାଇ ଆଣିବାକୁ ସେ ବଦ୍ଧପରିକର ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଅନେକ ବରିଷ୍ଠ କଂଗ୍ରେସ କର୍ମୀମାନେ ନିଜ ନିଜର ମତ ରଖିଥିବାବେଳେ ହାଡିବନ୍ଧୁ ଖୁଣ୍ଟିଆ, ଚଣ୍ଡୀ ପ୍ରସାଦ ପାଣିଗ୍ରାହୀ, ମାନସ ନାୟକ, ମାନସ ଜେନା, ସତ୍ୟବ୍ରତ ଜେନା, ଅକ୍ଷୟ କୁମାର ପହି, ବିଷ୍ଣୁପ୍ରସାଦ ସାହୁ, ମୁରଲୀଧର ବେହେରା, ଗୋପୀନାଥ ଘଡେଇ, ସନ୍ତୋଷ ମହାନ୍ତ, ସାଲକୁ ଗାଗାରାଇ, ବୀର ଗାଗରାଇ, ସତ୍ୟଭାମା ଜେନା, ବ୍ୟାସଦେବ ସାମଲ, ପଦ୍ମନାଭ ମାଝୀ, ସୁଦାମ ଚରଣ ନାୟକ, ଦେବାଶିଷ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।