ହଟ୍ଟଗୋଳରେ ସରିଲା ସ୍ଵତନ୍ତ୍ର ଗ୍ରାମ ସଭା, ବୈଠକ ଅଧାରୁ ଉଠି ଚାଲିଗଲେ ଲୋକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମ ପଞ୍ଚାୟତରେ ଚାଲିଥିବା ସ୍ଵତନ୍ତ୍ର ଗ୍ରାମ ସଭା ପ୍ରବଳ ହଟ୍ଟଗୋଳ ମଧ୍ୟରେ ସରିଛି। ପଞ୍ଚାୟତର ୧୧ ଟି ୱାର୍ଡ ରହିଥିବା ବେଳେ ୧୬୦୦ ଭୋଟର୍ ରହିଛନ୍ତି। ୧୧ଟି ୱାର୍ଡରୁ ମାତ୍ର ୫ଜଣ ୱାର୍ଡ ମେମ୍ବର ଉପସ୍ଥିତ ଥିବା ବେଳେ ୬ଜଣ ୱାର୍ଡ ସଭ୍ୟ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି। ମାତ୍ର ହାତ ଗଣତି ୪୦ରୁ ୫୦ ଜଣ ଉପସ୍ଥିତ ଥିବାବେଳେ ନିୟମ ଅନୁସାରେ କୋର୍ କମିଟିର କେହି ଉପସ୍ଥିତ ନ ଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ସରକାରୀ ସ୍ଥରରେ କୃଷି ବିଭାଗ, ପଞ୍ଚାୟତରେ ଥିବା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ସରପଞ୍ଚ ଓ କିଛି ଗାଁ ସାଥୀ ଉପସ୍ଥିତ ଥିବା ବେଳେ ଯାହା ପାଇଁ ଏହି ସ୍ୱତନ୍ତ୍ର ଗ୍ରାମ ସଭାର ଆୟୋଜନ କରାଯାଇଛି ସେହି ଜନସାଧାରଣ ଅନୁପସ୍ଥିତ ଥିବାରୁ ବୈଠକର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗ୍ରାମ ସଭାରେ ଖୁଲୁମ୍ ଖୁଲା ଭାବରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜନସାଧାରଣଙ୍କୁ ଅସଭ୍ୟ ଭାଷାରେ ଏଣୁ ତେଣୁ କହିବା ସହ ଧମକ ଦେଉଥିବା ଅଭିଯୋଗ ହୋଇଛି। ଅନ୍ୟ ପଟେ ଗ୍ରାମସଭା ମଝିରୁ ଯୁକ୍ତି ତର୍କ ମଧ୍ୟରେ କିଛି ଲୋକ ବୈଠକରୁ ଉଠି ଚାଲି ଯାଇଥିବା ବେଳେ କମ୍ ଲୋକଙ୍କ ଉପସ୍ଥିତରେ ପୁଣି ଥରେ ବୈଠକ ହେବାରୁ ଅସନ୍ତୋଷ ଦେଖାଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ