ହଟ୍‌ ଏଣ୍ଡ ସେକ୍ସି ହୀନା କ୍ୟାଟ୍ରିନାଙ୍କୁ ଟପିଲେ

ମୁମ୍ବାଇ : ଟିଭିରୁ ବଲିଉଡ୍‌ ପର୍ଯ୍ୟନ୍ତ ଯାତ୍ରା କରିଥିବା ଅଭିନେତ୍ରୀ ହୀନା ଖାନ ଅନ୍ୟତମଲୋକପ୍ରିୟ ଅଭିନେତ୍ରୀ ଭାବେ ଗଣା ଯାଉଛନ୍ତି। ହୀନା ନିଜ ପରିଶ୍ରମ ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଓ ସେ ତାଙ୍କର ସମସ୍ତ କାମରେ ହିଟ୍‌ ପ୍ରମାଣିତ ହୋଇଛନ୍ତି। ଫ୍ୟାନ୍‌ ଫଲୋଇଙ୍ଗ କ୍ଷେତ୍ରରେ ମଧ୍ୟ ହୀନା ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କୁ ଟକ୍କର ଦେଉଥିବା ଦେଖିବାକୁ ମିଳୁଛି। ଏବେ ହୀନାଙ୍କ ମୁଣ୍ଡରେ ଆହୁରି ଏକ ସଫଳତାର ତାଜ ଦେଖିବାକୁ ମିଳିଛି। ସଦ୍ୟତମ ପ୍ରକାଶିତ ଏସିଆର ସେକ୍ସି ଅଭିନେତ୍ରୀ ତାଲିକାରେ ହୀନା କ୍ୟାଟ୍ରିନାଙ୍କ ଭଳି ବହୁ ନାମୀଦାମୀ ଅଭିନେତ୍ରୀଙ୍କୁ ପଛରେ ପକାଇଛନ୍ତି।

ହୀନା ଏସିଆର ତୃତୀୟ ସବୁଠାରୁ ସେକ୍ସି ଅଭିନେତ୍ରୀ ପାଲଟିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ବଲିଉଡ୍‌ର ସବୁଠାରୁ କ୍ୟୁଟେଷ୍ଟ ଅଭିନେତ୍ରୀ ଆଲିଆ ଭଟ୍ଟ ଅଛନ୍ତି। ତାଲିକାର ଦ୍ବିତୀୟ ସ୍ଥାନରେ ଦୀପିକା ପାଦୁକୋନ ଓ ତୃତୀୟ ସ୍ଥାନରେ ହୀନା ଖାନ ଅଛନ୍ତି। ଏହି ତାଲିକାର ଚତୁର୍ଥ ସ୍ଥାନରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ, ପଞ୍ଚମ ସ୍ଥାନରେ ଟିଭି ଅଭିନେତ୍ରୀ ସୁରଭି ଚନ୍ଦନ, ଷଷ୍ଠ ସ୍ଥାନରେ ବଲିଉଡ୍‌ ଦିଭା କ୍ୟାଟ୍ରିନା କୈଫ୍‌, ସପ୍ତମ ସ୍ଥାନରେ ‘ୟେ ରିସ୍ତା କ୍ୟା କହଲାତା’ ଫେମ୍‌ ଶିଭାଙ୍ଗୀ ଯୋଶୀ ସ୍ଥାନ ପାଇଛନ୍ତି। ବୁଧବାର ୟୁକେର ଏକ ସାପ୍ତାହିକ ପତ୍ରିକା ଇଷ୍ଟର୍ଣ୍ଣ ଆଇ ଦ୍ବାରା ଜାରି କରାଯାଇଥିବା ଏକ ତାଲିକାରେ ହୀନାଙ୍କୁ ତୃତୀୟ ସେକ୍ସିଏଷ୍ଟ ଏସିଆନ ମହିଳା ଭାବେ ଚୟନ କରାଯାଇଛି। ଏହି ତାଲିକାକୁ ଅନ୍‌ଲାଇନ୍‌ ଭୋଟିଂ, ମିଡିଆ କଭରେଜ୍‌ ଓ ଅଲଗା ଅଲଗା ସୋସାଲ ମିଡିଆ ପ୍ଲାଟଫର୍ମରେ ଅଭିନେତ୍ରୀଙ୍କ ପ୍ରଭାବ ଆଧାରରେ ଜାରି କରାଯାଇଛି। ହୀନାଙ୍କୁ ଏଭଳି ମାନ୍ୟତା ମିଳିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ସୋସାଲ ମିଡିଆରେ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି। ସୂଚନାଯୋଗ୍ୟ ଯେ ସେ ବଲିଉଡ୍‌ର ସବୁଠାରୁ ସୁନ୍ଦର ଓ  ଫିଟ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ସୂଚନାଯୋଗ୍ୟ ଯେ ହୀନା ଲୋକପ୍ରିୟ ଟିଭି ଶୋ’ ‘ୟେ ରିସ୍ତା କ୍ୟା କହଲାତା’ରେ ଦୀର୍ଘ ବର୍ଷ ଧରି ନଜର ଆସୁଥିଲେ। ଏହାପରେ ସେ ‘ବିଗ୍‌ବସ୍‌ ସିଜନ୍‌ ୧୧’ର ମଧ୍ୟ ରନର୍ସ ଅପ୍‌ ଥିଲେ। ‘ବିଗ୍‌ବସ୍‌’ରେ ସାମିଲ୍‌ ହେବା ପରେ ସେ ବହୁତ ଚର୍ଚ୍ଚାରେ ଆସିଥିଲେ। ହୀନା ସୋସାଲ ମିଡିଆରେ ବହୁତ ଆକ୍ଟିଭ୍‌ ଅଛନ୍ତି। ସବୁବେଳେ ସେ ନିଜର କିଛି ନା କିଛି ସେକ୍ସି ଫଟୋ ଶେୟାର କରିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ