ହତ୍ୟାକାରୀଙ୍କୁ ଫାଶି ଦଣ୍ଡା ଦେଶ ଦେବାକୁ ଦାବି
ଦାରିଙ୍ଗବାଡ଼ି (ଯୁଗାବ୍ଦ ନ୍ୟୁଜ) ଦାରିଙ୍ଗବାଡ଼ି ଥାନା କଟାବାଡ଼ି ଗ୍ରାମର ଆଠବର୍ଷର ନାବାଳକ ରିତେଶ ପ୍ରଧାନକୁ ଅତି ଅମାନୁଷିକ ଭାବେ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ମୀନକେତନ ପ୍ରଧାନ ଓ ସାଂମସନ ପ୍ରଧାନଙ୍କୁ ଫାଶିଦଣ୍ଡା ଦେଶ ଦିଆଯାଉ ବୋଲି ଦାବି କରି ଦାରିଙ୍ଗବାଡି ଅଞ୍ଚଳବାସୀ ରାଜ୍ୟ ପଳାଙ୍କ ଉଦ୍ଧେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଏହି ଅବସରରେ ଶତାଧିକ ମହିଳା ପୁରୁଷ ଏକାଠି ହୋଇ ହେଲିପେଡ଼ ପଡ଼ିଆରୁ କେଣ୍ଡେଲ ଶୋଭାଯାତ୍ରାରେ ବାହାରି ଦାରିଙ୍ଗବାଡି ବଜାର ପରିକ୍ରମା କରିବା ସହ ରିତେଶର ଆତ୍ମାର ସଦଗତି କାମନା କରିଥିଲେ।ଏବଂ ହତ୍ୟାକାରୀଙ୍କୁ ଫାଶି ଦଣ୍ଡା ଦେଶ ଦେବା ସହ ମୃତକଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ ସମେତ ୨୫ ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।