ହତ୍ୟାକାରୀ କୁ ଗିରଫ ଦାବିରେ ଶବ କୁ ଧରି ରାସ୍ତା ରୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ ):ଦନେଇପୁର ଗ୍ରାମର ମାହାଲି ସାହିରେ ଗତକାଲି ରାତିରେ ହୋଇଥିବା ହତ୍ୟାକାଣ୍ଡ ଘଟଣା ରେ ହତ୍ୟାକାରୀକୁ ଗିରଫ କରିବା ଦାବିରେ ଶହ ଶହ ଗ୍ରାମବାସୀ ଶବ କୁ ଧରି ସୋ ସୋ ମେଡ଼ିକାଲ ଛକରେ ରାସ୍ତା ରୋକ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ଗତକାଲି ରାତିରୁ ହତ୍ୟାକାଣ୍ଡ ଘଟିଥିଲେ ବି ପୁଲିସ ସାଇନ୍ଟଫିକ ଟିମ ଆସିବାରେ ବହୁ ବିଳମ୍ବ କରିବା ସହିତ ଉପଯୁକ୍ତ ତଦନ୍ତ କରା ଯାଉନି। ମଦ ମାଫିଆ ମାନେ ଏହି ହତ୍ୟାକାଣ୍ଡ ଭିଆଇ ଥିବା ସ୍ପଷ୍ଟ ହେଉଥିଲେ ବି ପୁଲିସ କୌଣସି ମଦ ମାଫିଆ ଙ୍କୁ ପଚରା ଉଚୁରା ମଧ୍ୟ କରୁନାହିଁ। ଏହି ଅଞ୍ଚଳରେ ଦେଶୀ ମଦ ବେପାର କୁଟୀରଶିଳ୍ପ ଭାବେ ପରିଗଣିତ ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଅନେକ ଅଘଟଣ ଘଟିବା ନଜିର ରହିଛି। ଥାନା ଠାରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ଏପରି ମଦ ବେପାର କୁ ପୁଲିସ ପ୍ରୋତ୍ସାହନ ଦେଇ ଆସୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତ ହିମାଂଶୁ ପାତ୍ର ଙ୍କ ପତ୍ନୀ ଓ ପୁଅ ମାନେ ପୁଲିସ ଗାଡି ସମ୍ମୁଖରେ ବସିଥିବା ବେଳେ ଶହ ଶହ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ତୁରନ୍ତ ଅଭିଯୁକ୍ତ କୁ ଧରିବା ସହିତ ଦନେଇପୁର ଗ୍ରାମରୁ ଦେଶୀ ମଦ କାରବାର କୁ ବନ୍ଦ କରିବା ଓ ମୃତ ହିମାଂଶୁ ଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ରାସ୍ତା ରୋକ ଜାରି ରହିଛି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଟ୍ରକ, ବସ ସବୁ ଅଟକି ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ