ହତ୍ୟାକୁ ଆତ୍ମହତ୍ୟାର ରୂପ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରକ୍ଷକ ଯେତେବେଳେ ଭକ୍ଷକ ସାଜେ ସେତେବେଳେ ସାଧାରଣ ଜନତା କାହାର ସାହାରା ନେବେ. ଆମ ରାଜ୍ୟରେ ଘଟୁଥିବା ହତ୍ୟା, ଆତ୍ମହତ୍ୟା ଭଳି ଜଘନ୍ୟ କାଣ୍ଡ ପ୍ରତିଦିନ ଘଟୁଥିବାର ଆମେ ଅଙ୍ଗେ ଲିଭେଉଚେ. ସେଥିମଧ୍ୟରୁ କେତେ ଘଟଣା ଫାଇଲ ତଳେ ଚାପି ହୋଇଯାଉଛି ତ ଆଉ କିଛି ଘଟଣାର ଉପଯୁକ୍ତ ତଦନ୍ତ କରାଯାଉନାହିଁ. ଯାହା ଫଳରେ ସାଧାରଣ ଲୋକେ ବହୁ ଶୋଷଣର ଶିକାର ହେଉଛନ୍ତି. ଏପରି ଏକ ଲୋମଟାଙ୍କୁରୀ ଘଟଣା ଘଟିଛି ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ନାମନଗଡ଼ ଗ୍ରାମରୁ ଏପରି ଅଭିଯୋଗ ଆସିଛି. ଏଭଳି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ ଓ ଗ୍ରାମବାସୀ. ଅଭିଯୋଗ ଅନୁଯାୟୀ ଗ୍ରାମର ନାରାୟଣ ପାଇକ ସେପ୍ଟେମ୍ବର ୧ ଅପରାହ୍ନରୁ ନିଖୋଜ ଥିଲେ. ନିଖୋଜ ହେବାର ଦୁଇ ଦିନ ପରେ ଗାଁଠାରୁ ୩ କିମି ଦୂର ମୁର୍କଡ଼ା ପାହାଡ଼ରୁ ତାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା. ଗ୍ରାମବାସୀଙ୍କ ଉପସ୍ଥିତିରେ ପୁଲିସ ମୃତଦେହ ଉଦ୍ଧାର କରିଥିଲା. ତେବେ ନାରାୟଣଙ୍କ ଆଣ୍ଠୁ ପଥରରେ ଲାଗିଥିବାବେଳେ ମୁଣ୍ଡରେ ସକ୍ତ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେଉଥିଲା. ଏହାସହ ଏକ ଗାମୁଛାରେ ତାଙ୍କ ମୁହୁଁକୁ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା. ଶରୀରରୁ ଜିଭ, ମଳ, ମୂତ୍ର ବାହାରକୁ ବାହାରି ନ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା. ଅନ୍ୟପଟେ ନାରାୟଣଙ୍କ ଭାଇ ଶିବାନନ୍ଦ ପାଇକ ପୂର୍ବ ଦିନ ରାତିରେ କହିଥିଲେଯେ ସେହି ଗ୍ରାମର ଅମୂଲ୍ୟ ମାଝୀ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଚି. କାରଣ ଅମୂଲ୍ୟ କିଛି ଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲଗେଇଥିଵା ବିଷୟରେ ଜାଣିବାକୁ ପାଇଥିଲେ. ସେଥିପାଇଁ ତାଙ୍କୁ ବାରମ୍ବାର ହତ୍ୟା ଧମକ ପାଇଁ ଶିବାନନ୍ଦଙ୍କୁ କହିଥିଲେ. ଶିବାନନ୍ଦ ଏ ବିଷୟରେ ସୂଚନା ପାଇଲା ପରେ ପୋଲିସରେ ଏତଲା ଦେବାକୁ ଯାଇଥିଲେ, କିନ୍ତୁ ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲା. ପରେ ଶିବାନନ୍ଦ ଅନଲାଇନରେ ଜରିଆରେ ଅଭିଯୋଗ ଦାଖଲ କରିଥିଲେ. ଇତି ମଧ୍ୟରେ ଘଟଣାକୁ ୧ ମାସ ବିତିଯାଇଥିଲେ ସୁଦ୍ଧା ପୋଲିସ ଘଟଣାର ଉପଯୁକ୍ତ ତଦନ୍ତ କରୁନଥିବା ପରିବାର ଲୋକେ ଏସପିଙ୍କୁ ଅଭିଯୋଗ କରିଛନ୍ତି. ପୋଲିସ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରୁନାହିଁ. ଉପଯୁକ୍ତ ତଦନ୍ତ ଉପରେ ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି. ଏନେଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଗଜପତି ଏସପି ଜୟରାମ ଶତପଥି ଭେଟି ଘଟଣାର ଉପଯୁକ୍ତ ତଦନ୍ତ କରି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ. ଉକ୍ତ ଅଭିଯୋଗ ଶୁଣିବା ପରେ ଘଟଣାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶଥପଥି ପ୍ରତିଶୃତି ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ