ହତ୍ୟାଧମକ ଅଭିଯୋଗରେ ଯୁବକ ଗିରଫ
ପୁରୀ(ଯୁଗାଦ୍ଧ ନ୍ୟୁଜ): ନିଜର ଜଣେ ପରିଚୟଙ୍କ ଘରେ ପ୍ରବେଶ କରି ଯୁବତୀକୁ ଟଣାଓଟରା କରିବା ଓ ଏହାକୁ ଯୁବତୀର ମା’ ବିରୋଧ କରିବାରୁ ହତ୍ୟା ଧମକ ଦେବା ଘଟଣାରେ ସମୁଦ୍ରକୂଳ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ସେ ହେଲା ପିକେଆରଟିର ସ୍ୱାଧୀନ ବିଶ୍ୱାଳ । ପୁଲିସର ସୂଚନାନୁଯାୟୀ, ସ୍ୱାଧୀନ ଏହି ଥାନା ଅନ୍ତର୍ଗତ ଗୋରା କବର ଅଞ୍ଚଳରେ ଜଣେ ସମ୍ପକୀୟ ଭଉଣୀ ଘରକୁ ଯିବା ଆସିବା କରୁଥିଲା । ହେଲେ ଆଜି ସ୍ୱାଧୀନ ଉକ୍ତ ଭଉଣୀଙ୍କ ଝିଅକୁ ଜବରଦସ୍ତ ଟଣାଓଟରା କରିଥିଲା । ହେଲେ ଏହାକୁ ଉଭୟ ଝିଅ ଓ ମା ବିରୋଧ କରିଥିଲେ । ମାତ୍ର ସେ ରାଗିଯାଇ ସେମାନଙ୍କୁ ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲା । ଏନେଇ ଝିଅର ମା ଥାନାରେ ଅଭିଯୋଗ କଲା ପରେ ପୁଲିସ ତାକୁ ଗିରଫ କରିଥିବା ଜଣାପଡିଛି ।


