ହତ୍ୟା ଅଭିଯୁକ୍ତକୁ ଗିରଫ ଦାବୀ, ନଚେତ ଆନ୍ଦୋଳନ ଧମକ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ବାଙ୍ଗୋର ଗ୍ରାମରେ ଘଟିଥିବା ଏକ ବଧୂହତ୍ୟା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ମୃତ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।ବାଧ୍ୟ ହୋଇ ପରିବାର ଲୋକେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ନିଷ୍ପତି ନେଇଛନ୍ତି । ଅଭିଯୋଗ ଅନୁଯାଇ ଘସିପୁରା ଥାନା ମିରିଗିମୁଣ୍ଡି ଗ୍ରାମର ରାଜ କିଶୋର ସାହୁଙ୍କ ଝିଅ ଟିକିନି ସାହୁ ଗତ ୭/୭/୨୦୧୯ରେ ସୋସୋ ଥାନା ବାଙ୍ଗୋର ଗ୍ରାମର ପୁର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ମୁରଲୀକୁ ବୈଦିକ ରୀତିରେ ଝାଡେଶ୍ୱର ମନ୍ଦିରରେ ବିବାହ କରିôତଲା । ବିବାହ ସମୟରେ ଏକ ଲକ୍ଷ ୧୦ହଜାର ଟଙ୍କା ଯୌତୁକ ଦେଇଥିଲେବି ଆଉ ୫୦ହଜାର ପରେ ଦେବେ ବୋଲି କହିଥିଲେ । ଆର୍ôଥକ ସ୍ୱଚ୍ଛଳ ନଥିବାରୁ ଦାବି ମୁତାବକ ୫୦ହଜାର ଟଙ୍କା ଦେବାରେ ବିଳମ୍ବ ଘଟିବାରୁ ଶାଶୁଘର ଲୋକମାନେ ଟିକିନି ଉପରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଏହାକୁ ନେଇ ସବୁବେଳେ ଅଶାନ୍ତି ଲାଗି ରହିବାରୁ କୁମାର ପୁର୍ଣ୍ଣିମା ବେଳକୁ ଝିଅ ବାପଘରକୁ ପଳାଇଥିଲା । କିଛିଦିନ ପରେ ବହୁ ବୁଝାସୁଝା କରି ୩ମାସ ଭିତରେ ଟଙ୍କା ଦେବାର ପ୍ରତିଶୃତି ଦେଇ ଝିଅକୁ ଆଣି ଶ୍ୱଶୁର ଘରେ ଛାଡି ଯାଇଥିଲେ । ମାତ୍ର ଟିକିନିକୁ ଶାଶୁଘରେ ଛାଡି ଯିବାର ମାତ୍ର ୧୨ଦିନ ପରେ ଅର୍ଥାତ ଗତ ନଭେମ୍ବର ୩ତାରିଖ ଦିନ ଶାଶୁ, ଶ୍ୱଶୁର ଓ ଜ୍ୱାଇଁ ମାନେ ମିଶି ଟିକିନିକୁ ମାରିଦେଇଥିଲେବୋଲି ଅଭିଯୋଗ କରିଛନ୍ତି । ଏନେଇ ଟିକିନିର ବାପା ରାଜକିଶୋର ସେହିଦିନ ସୋସୋ ଥାନାରେ ଅଭିଯୋଗ କରିଥିବାବେଳେ ପୁଲିସ କେସନଂ ୯୨/୨୦୧୯ରେ ୪୯୮ଏ, ୩୦୪ବି, ୩୦୨, ୩୪ଆଇପିସି ଧାରାରେ ମାମଲା ରୁଜୁ କରିବା ସହିତ ସ୍ୱାମୀ ମୁରଲୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଅଭିଯୋଗ ପତ୍ରରେ ଟିକିନିର ଶାଶୁ ପ୍ରେମଲତା ସାହୁ, ଶ୍ୱଶୁର ପୁର୍ଣ୍ଣଚନ୍ଦ୍ର ସାହୁ ଓ ବଳରାମ ସାହୁଙ୍କ ନାମ ଥିଲେବି ପୁଲିସ ସେମାନଙ୍କୁ ଗିରଫ କରୁନାହିଁ ବୋଲି ରାଜକିଶୋର ଅଭିଯୋଗ କରିଛନ୍ତି । ବାରମ୍ବାର ସୋସୋ ପୁଲିସକୁ ସାକ୍ଷାତକରି ଶାଶୁ ଓ ଶ୍ୱଶୁରଙ୍କ ବିରୁଦ୍ଧରେ କାହିଁକି ପଦକ୍ଷେପ ନିଆଯାଉନି ବୋଲି ପଚାରୁଥିଲବି ସେମାନେ ଫେରାର ହୋଇଯାଇ ଦର୍ଶାଇ ପୁଲିସ ଆମ ଅଭିଯୋଗକୁ ଟାଳି ଦେଉଛି ବୋଲି କହିଛନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ପୁଲିସ ତାଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ଏନେଇ ରାଜକିଶୋର କେନ୍ଦୁଝର ଏସ.ପିଙ୍କୁ ଭେଟି ସୋସୋ ପୁଲିସର କୋହଳ ମନୋଭାବ ବିରୁଦ୍ଧରେ ଜଣାଇଥିଲେବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ପରିବାର ଲୋକେ ଥାନା ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ଜିଲ୍ଲା ଏସ.ପି ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି ।