ହତ୍ୟା ଅଭିଯୁକ୍ତ ସପରିବାର ଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):୨୦୧୮ ମସିହାର ଏକ ହତ୍ୟା ଘଟଣାର ଆଜି ଚୁଡାନ୍ତ ରାୟ ପ୍ରକାଶ କରି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଭିଯୁକ୍ତ ମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୧୪/୦୬/୧୮ ମସିହାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଆଟି ଗାଁ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ନିକଟରେ ଏକ ସରକାରୀ ଯାଗାରେ ଉକ୍ତ ଗ୍ରାମର ସୁଚିତା ଦଣ୍ଡସେନା ଙ୍କ ପୁଅ ରାଉତ ଦଣ୍ଡସେନା, ପିତ ଦଣ୍ଡସେନା, ଯଦୁ ଦଣ୍ଡସେନା ଘର ତିଆରି ପାଇଁ ଫାଉଣ୍ଡେସନ କାମ କରୁଥିବା ବେଳେ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ରେ ଅସ୍ଥାୟୀ ଭାବେ କାର୍ଯ୍ୟରତ ପିଅନ ଛାୟକାନ୍ତ ଦଣ୍ଡସେନା ତାଙ୍କ ପାଖକୁ ଯାଇ ସରକାରୀ ଯାଗାରେ ଘର ତିଆରି କରିବା ପାଇଁ ମନା କରିବା ସହ ରାଜସ୍ବ ନିରୀକ୍ଷକ ଙ୍କ ଦେଖା କରିବାକୁ କହିଥିଲେ । ଏଥିରେ ସୁଚିତା ଦଣ୍ଡସେନା ଓ ତାଙ୍କ ପୁଅ ମାନେ ଉତ୍କ୍ଷିପ୍ତ ହୋଇ ଛାୟାକାନ୍ତ ଙ୍କ ଉପରେ ଆକ୍ରମଣ କରିବା ସହ ମା ସୁଚିତା ପୁଅ ରାଉତ ଙ୍କୁ ଟାଙ୍ଗିଆ ବଢାଇ ଦେବା ସହ ମା ସୁଚିତା ଓ ପୁଅ ଯଦୁ ଦୁହେଁ ଛାୟାକାନ୍ତ ର ଦୁଇଟି ହାତକୁ ଧରି ଦେବା ପରେ ପୁଅ ରାଉତ ଓ ପିତ ଦୁହେଁ ଛାୟାକାନ୍ତ ଉପରେ ଟାଙ୍ଗିଆ ରେ ଆକ୍ରମଣ କରିଥିଲେ ମୂର୍ମୁଶ ଅବସ୍ଥାରେ ଛାୟାକାନ୍ତ ଙ୍କୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ହତ୍ୟା ଘଟଣାରେ ଅଭିଯୁକ୍ତ ମାନେ କୋର୍ଟ ଚାଲାଣ ହୋଇଥିବା ବେଳେ ଆଜି ଉକ୍ତ ଘଟଣା ର ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ଭାରତୀୟ ଦଣ୍ଡ ବିଧାନ ଆଇନ ୩୦୨, ୩୪ ରେ ଅଭିଯୁକ୍ତ ରାଉତ ଦଣ୍ଡସେନା, ପିତ ଦଣ୍ଡସେନା, ଯଦୁ ଦଣ୍ଡସେନା, ମା ସୁଚିତା ଦଣ୍ଡସେନା କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ପ୍ରତ୍ୟେକ ଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅତିରିକ୍ତ ଜେଲ ଦଣ୍ଡ ଭୋଗିବେ ବୋଲି ରାୟ ପ୍ରକାଶ କରିଛନ୍ତି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ