ହତ୍ୟା ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ ହେଲେ ଦୁଇ ପୁଲିସ କର୍ମଚାରୀ

ବ୍ରହ୍ମପୁର, (ଅନିଲ କୁମାର):ଶୁକ୍ରବାର ୧ମ ଅତିରିକ୍ତ ଜିଲ୍ଲା ଦୌରା ବିଚାରପତି ଶ୍ରୀମତୀ ସଙ୍ଘମିତ୍ରା ଶର୍ମା ଏକ ହତ୍ୟା ମାମଲାର ବିଚାରଣା କରି ଅଭିଯୁକ୍ତ କନେଷ୍ଟେବଳ ପ୍ରସନ୍ନ କୁମାର ନାହାକ ଏବଂ ଏ.ଏସ.ଆଇ ନିମାଇଁ ଚରଣ ରଣାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି l ଘଟଣାଟି ଗତ ତା ୨୩.୧୨.୧୧ ରାତ୍ର ବ୍ରହ୍ମପୁର ଗେଟ ବଜାର ଛକରେ ରାତ୍ର ପ୍ରାୟ ୧0.୩0 ଘଣ୍ଟା ସମୟରେ ଚମାଖଣ୍ଡି ଥାନା ଅନ୍ତର୍ଗତ ରାମପଲ୍ଲୀ ଗ୍ରାମର ବୀର କିଶୋର ସ୍ୱାଇଁ ରାସ୍ତା ଉପରେ ନିଜ ମଟର ସାଇକେଲ ରଖି ହୋଟେଲରୁ ଖାଦ୍ୟ ଆଣିବା ପାଇଁ ଚାଲି ଯାଇଥିଲା ଯେତେବେଳେ ଆସିଲା ଅଭିଯୁକ୍ତ ପୁଲିସ ବୀର କିଶୋର ସ୍ୱାଇଁ କୁ ତୋର ବାପାର ରାସ୍ତା କିରେ କହି ମୁଣ୍ଡକୁ ମାଡ ମାରିବା ଦ୍ୱାରା ସେ ତଳେ ପଡି ବେହୋସ ହୋଇଯାଇଥିଲା l ପଇଁତରା ପୁଲିସ ଗାଡ଼ିରେ ତାକୁ ବଡ଼ ମେଡିକାଲ ଚିକିତ୍ସା ପାଇଁ ନେଇଥିଲା ହେଲେ ଦୁଇଦିନ ପରେ ତାର ମୃତ୍ୟୁ ହୋଇଯାଇଥିଲା ତାର ବାପାଙ୍କ ଏତଲା ପ୍ରକାରେ ବ୍ରହ୍ମପୁର ଟାଉନ ଥାନା କେଶ ନ.୨୪୫/ ତାରିଖ ୨୩.୧୨.୧୧ ଦୁଇ ପୁଲିସ ଅଭିଯୁକ୍ତ ଙ୍କୁ ଭାରତୀୟ ଦଣ୍ଡ ବିଧାନ ସହିଂତା ରେ ଦଫା ୩୦୪(୨ଅନୁଯାଇ ଦୁଇ ପୁଲିସ ଅଭିଯୁକ୍ତଙ୍କୁ ବାନ୍ଧି ନ୍ୟାୟାଳୟ କୁ ବିଚାରଣା ପାଇଁ ପଠେଇଥିଲା ତାପରେ ଓଡିଶା, କଟକ ଅପରାଧ ଶାଖା, ସିଆଇଡି ଥାନା କେଶ ନ ୦୫/ତା ୧.୨.୧୨) ମୋକଦ୍ଦମାର ତଦନ୍ତଭାର ହାତକୁ ନେଇ ଆରୋପପତ୍ର ଦାଖଲ କରିଥିଲା, ମାନ୍ୟବର ବିଚାରପତି ଶ୍ରୀମତୀ ସଂଘମିତ୍ରା ଶର୍ମା ୧୭ ଜଣ ସାକ୍ଷୀଙ୍କୁ ବିଚାରଣା କରି ଆଜି ଏହି ରାୟ ଶୁଣାଇଛନ୍ତି l ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ମନୋଜ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଅମୀୟ କୁମାର ସ୍ୱାଇଁ ମୋକଦ୍ଦମା ପରିଚାଳନା କରୁଥିବାବେଳେ ସରକାରୀ ଓକିଲ ଜ୍ଞାନେନ୍ଦ୍ର କୁମାର ଜେନା ମକଦମା ପରିଚାଳନା କରୁଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ