ହତ୍ୟା ଉଦ୍ୟମ ଘଟଣା ଉଭୟ ପକ୍ଷର ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଭ୍ରମରପୁର ପଞ୍ଚାୟତ ନାରାୟଣପୁର ଗ୍ରାମରେ ଗୁହାଳ ଘର ଚୌହଦି ଚିହ୍ନଟକୁ କେନ୍ଦ୍ର କରି ଗତ ନଭେମ୍ବର ୧୨ ତାରିଖରେ ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟପକ୍ଷ ଠେଙ୍ଗା ଧରି ପରସ୍ପର ଙ୍କୁ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ।ଉଭୟ ପକ୍ଷର ବାପି ଗୌଡ଼ ଏବଂ ଦଣ୍ଡପାଣି ଗୌଡ଼ ଗୁରୁତର ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ଉଭୟ ଗୋଷ୍ଠୀ ପକ୍ଷରୁ କେ.ନୂଆଗାଁ ଥାନାରେ ଏତଲା ଦିଆଯାଇଥିଲା। ଆଇଆଇସି କିଶୋର କୁମାର ସାମଲ ଉଭୟପକ୍ଷ ର ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ନୂଆପଡ଼ା ଫାଣ୍ଡି ଏସ.ଆଇ ଜଗବନ୍ଧୁ ବାର୍ଲା ସୋମବାର ଉଭୟପକ୍ଷ ର ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ବାଇଲଟୁ ଗୌଡ଼,ଚୈତନ୍ୟ ଗୌଡ଼,ଦଣ୍ଡପାଣି ଗୌଡ଼ ଏବଂ ବାଲ୍ୟକୃଷ୍ଣ ଗୌଡ଼। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ପୋଲିସ ହତ୍ୟା ଉଦ୍ୟମ ମାମଲାରେ ବ୍ୟବହୃତ ଠେଙ୍ଗା ଜବତ କରିଛନ୍ତି।