ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜରିମାନା l ଆଜି ମାନ୍ୟବର ଅଦାଲତ ଏକ ହତ୍ୟା ଘଟଣାର ରାୟ ଶୁଣାଇଛନ୍ତି l ଘଟଣା ଟି ଗତ ତା ୨୯-୦୭-୨୦୨୨ ରିଖ ବାଦାମପାହାଡ଼ ଥାନା ଅନ୍ତର୍ଗତ କୁସୁମୀ ଗ୍ରାମରେ ଘଟିଥିଲା l ଏହି ଘଟଣାରେ ଆସାମୀ ଶ୍ୟାମ କିସ୍କୁ, ମୃତକ ନାଥ ନାୟକ ସାଥିରେ ସନ୍ଧ୍ୟା ସମୟରେ କୁସୁମୀ ଛକ ଠାରେ ଥିବା କିଛି ଦୋକାନ ନିକଟରେ ଦୁହେଁ ନିଶା ସେବନ ପରେ ପରସ୍ପର ମଧ୍ୟରେ କୌଣସି ଏକ କଥା କୁ ନେଇ ଯୁକ୍ତିତର୍କ ହୋଇଥିଲା l ପରେ ଆସାମୀ ତା ଘରକୁ ଯାଇ ଏକ କୁରାଢ଼ି ଆଣି, କିଛି ଲୋକଙ୍କ ଉପସ୍ଥିତିରେ ମୃତକ ନାଥ ନାୟକ କୁ ଆଘାତ କରିଥିଲା l ଯାହାଫଳରେ ଘଟଣା ସ୍ଥଳରେ ନାଥ ନାୟକ ର ମୃତ୍ୟୁ ଘଟିଥିଲା l ଏ ନେଇ ଏତଲା ହେବା ପରେ ପୋଲିସ ତନାଘନା ସହ ଆସାମୀକୁ ଗିରଫ କରି ଚାର୍ଜସିଟ ଦାଖଲ କରିଥିଲା l ଆଜି ମାନ୍ୟବର ଅଦାଲତ ସମସ୍ତ ସାକ୍ଷ୍ୟ ବୟାନ କୁ ଭିତ୍ତି କରି ଆସାମୀକୁ ଭାରତୀୟ ଦଣ୍ଡବିଧି ଆଇନ୍ ର ଦଫା ୩୦୨ ଅନୁସାରେ ଆଜୀବନ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜରିମାନା, ଅନାଦେୟ ଛଅ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ