ହତ୍ୟା ମାମଲାରେ କେରଳ ପୋଲିସ ଦ୍ୱାରା ଯୁବକ ଗିରଫ

ଗାଙ୍ଗପୁର, (ଯୁଗାବ୍ଦ ନ୍ୟୁଜ) : ହତ୍ୟା ମାମଲାରେ ମୋବାଇଲ ଟ୍ରାକିଙ୍ଗ୍ ମାଧ୍ୟମରେ କେରଳ ପୋଲିସ ଗାଙ୍ଗପୁର ଅଞ୍ଚଳର ଜଣେ ଯୁବକକୁ ଉଠାଇନେଇଥିବା ଜଣାପଡିଛି ।ଯୁବକ ଜଣକ ହେଉଛି ଗାଙ୍ଗପୁର ଥାନା ଝାଡବନ୍ଧ ପଞ୍ଚାୟତ ଲଟାପଲ୍ଲୀ ଗ୍ରାମର ତୋଫାନ ମଲିକ(୨୦) ।କେରଳ ପୋଲିସ ସୁତ୍ରରୁ ମିଳିଥିବା ଖବର ଅନୁସାରେ ୨୮/୯/୧୯ ରେ କେରଳର ମାଠିଲାକନ୍ ଥାନା ଏରିଆରେ ଭିଜିତ୍(୪୦) ନାମକ ଜଣେ ଠିକାଦାରଙ୍କୁ ହତ୍ୟା କରାଯାଇଥିଲା ।ହତ୍ୟାକାଣ୍ଡରେ ଏକାଧିକ ଜଣ ସପୃକ୍ତ ଥିବା ବେଳେ ପୋଲିସ ଖବର ପାଇଥିଲା ।ପୋଲିସକୁ କୌଣସି ସୁରାକ୍ ମିଳିପାରିନଥିଲା ।୨୯।ତାରିଖ ରାତିରେ ଘଟଣା ସ୍ଥଳରୁ ଏକ ମୋବାଇଲ ପୋଲିସ ପାଇଥିଲା ।ସେହି ମୋବାଇଲକୁ କେରଳର ଦୁଇଜଣ ଓ ଲଟାପଲ୍ଲୀ ର ତୋଫାନ ବାରମ୍ବାର ଯୋଗାଯୋଗ କରିଥିଲେ ।ତୋଫାନ ୨୯ ତାରିଖରେ ଓଡିଶା ପଳେଇଆସିଥିବା ମୋବାଇଲ ଲୋକେସନ୍ ରୁ ପୋଲିସ ଜାଣିବାକୁ ପାଇଥିଲେ ।ସ୍ଥାନୀୟ ଏସ୍.ପି ବି.ସନ୍ତୋଷ କୁମାର ନିର୍ଦ୍ଦେଶ କ୍ରମେ ମାଠିଲାକନ୍ ଥାନା ଏସ୍.ଆଇ ଶ୍ରୀ ସୁରଜ ଓ ଏମ୍.ପି ମହମ୍ମଦ ରଫିଙ୍କ ନେତୃତ୍ୱରେ।ପୋଲିସ ଟିମ୍ ମଙ୍ଗଳବାର ସଂଧ୍ୟାରେ ଗାଙ୍ଗପୁର ଥାନାରେ ପହଞ୍ଚିଥିଲେ ।ଗାଙ୍ଗପୁର ଥାନାଧିକାରୀ ଧିରେଶ୍ କୁମାର ଦାସଙ୍କ ସହଯୋଗରେ ଲଟାପଲ୍ଲୀ ଗ୍ରାମରୁ ତୋଫାନକୁ କେରଳ ପୋଲିସ ଉଠାଇ ନେଇଛନ୍ତି । ଏହି ଘଟଣାର ତଦନ୍ତ ପରେ ତୋଫାନକୁ ଗିରଫ କରାଯିବ ବୋଲି ଏସ୍.ଆଇ ସୁରଜ୍ ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉ କି ତୋଫାନ ଏକ ଠିକା ଦଲାଲଙ୍କ ଦ୍ଵାରା କେରଳରେ ଶ୍ରମିକ ଭାବେ ଏକ ସଂସ୍ଥା ରେ କାମ କରିବାକକୁ ଯାଇଥିଲା ।ମୃତ ଠିକାଦାର ଭିଜିତ୍ ଠିକା ନେଇ ଶ୍ରମିକ ମାନଙ୍କୁ ଠିକ୍ ଦରମା ନ ଦେବାରୁ ତାକୁ ହତ୍ୟା କରାଯାଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ