ହତ୍ୟା ମାମଲାରେ ଜଣେ ନିର୍ଦ୍ଦୋଷରେ ଖଲାସ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ସ୍ଥିତ ଅରିରିକ୍ତ ଜିଲ୍ଲା ଦୈାରଜଜ୍ ଶିଖାରାଣୀ ରଥଙ୍କ ଅଦାଲତରେ ଏକ ହତ୍ୟା ମାମଲାର ସୋମବାର ଶୁଣାଣୀ ହୋଇଛି । ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଯାଇଛନ୍ତି । ସୂଚନା ଯୋଗ୍ୟ ଯେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦୁଆନପଲ୍ଲୀ ଗ୍ରାମର ମଙ୍ଗୁଳୁ ନାୟକଙ୍କୁ ଗତ ୨୩.୨.୨୦୧୫ ତାରିଖ ମଧ୍ୟରାତ୍ରୀ ରେ ଛୁରୀ ଭୁସି ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ କାଳୁ ନାୟକ ଏକ ଏତଲା କବିସୂର୍ଯ୍ୟନଗର ଥାନାରେ ଦାୟର କରିଥିଲେ । ଏତଲାକୁ ଭିତିକରି ତତ୍ କାଳୀନ ଥାନା ଅଧିକାରୀ ଗତ ୨୬.୨.୨୦୧୫ ତାରିଖରେ ସେହି ଗ୍ରାମର ନକୁଳ ନାୟକଙ୍କୁ ଗିରଫ କରି ଛତ୍ରପୁର ଜେଲକୁ ପଠାଯାଇଥିଲା । ଛତ୍ରପୁର ଏଡିଜେ କୋର୍ଟରେ ଏସଟି ୧୭୩/୨୦୧୫ ମାମଲା ମକଦ୍ଦମା ଦୀର୍ଘ ଧରି ଚାଲୁରହିଥିଲା । ଆଜି ଏହାର ଶୁଣାଣୀ ହୋଇଥିଲା । ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ପ୍ରମାଣ ଅଭାବରୁ ହତ୍ୟା ମାମଲାରେ ଜେଲରେ ରହିଥିବା ନକୁଳ ନାୟକଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ନିମନ୍ତେ ରାୟ ପ୍ରକାଶ କରିଥିଲେ । ସରକାରଙ୍କ ପକ୍ଷରୁ ଏପିପି ରମେଶ ଚନ୍ଦ୍ର ଚୈାଧୂରୀ ମାମଲାର ପରିଚାଳନା କରିଥିବା ବେଳେ ମୁଦୁଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜିବୀ ତଥା ଏସଡିସି ରାମକୃଷ୍ଣ ଦାସ ପରିଚାଳନା କରିଥିଲେ ।