ହଥରସ୍ ପୀଡିତାଙ୍କୁ ନ୍ୟାୟ ଦେବା ଦାବୀରେ ର‌୍ୟାଲି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଉତ୍ତର ପ୍ରଦେଶର ହାଥରସ୍ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ହାଇସ୍କୁଲ ଛକ ଠାରେ ଏକ ର‌୍ୟାଲିର ଆୟୋଜିତ ହୋଇଯାଇଛି । ହାଇସ୍କୁଲ ଛକ ଠାରେ ଜନଜାତି/ଅନୁସୂଚିତ ଜାତି/ପଛୁଆବର୍ଗ/ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବ ଗୋଷ୍ଠୀଙ୍କ ଦ୍ୱାରା ର‌୍ୟାଲିର ଆୟୋଜନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଉକ୍ତ ଯୁବଗୋଷ୍ଠୀର ସଦସ୍ୟ ମାନେ ଏକତ୍ରିତ ହୋଇ ମୃତ ପୀଡିତା ଯିଏକି ଜଣେ ଦଳିତ ଝିଅ ପ୍ରତି ଅମାନୁଷିକ କାର୍ଯ୍ୟ ଘଟିଛି ତାପ୍ରତି ସ୍ୱର ଉତ୍ତଳୋନ କରି ତାଙ୍କ ପରିବାରବର୍ଗଙ୍କୁ ଉଚ୍ଚିତ ନ୍ୟାୟ ପ୍ରଦାନ ଦାବୀ କରି ସହର ପରିକ୍ରମା କରିଥିଲେ । ଦେବାଶିଷ ମାଳି, ମୋଜେଶ୍ ଦଳବେହେରା ପ୍ରମୁଖ ଉକ୍ତ ର‌୍ୟାଲିର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ