ହଦଗଡରେ ବିଜେପିର କର୍ମୀସମ୍ମିଳନୀ ଓ ମିଶ୍ରଣପର୍ବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହଦଗଡ ଠାରେ ଭାରତୀୟ ଜନତାପାର୍ଟିିର କର୍ମକର୍ତ୍ତା ସମ୍ମିଳନୀ ଓ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ୩୪ନମ୍ବର ଜୋନର ମଣ୍ଡଳ ସଭାପତି ଟିକି କିସ୍କୁଙ୍କ ନେତୃତ୍ୱରେ ଶକ୍ତିକେନ୍ଦ୍ର ପ୍ରମୁଖ ଲୋଚନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁରର ବିଜେପିନେତା ଆଲୋକ ସେଠୀ, ନମାମି ଗଙ୍ଗେର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ସାହୁ, ହରମୋହନ ଶାସିନି, ମଧୁସୁଦନ ରାଉତ, ମରୈଗାଁ ସେବା ସମବାୟ ସମିତିର ସମ୍ପାଦକ ଶରତ ସେଠୀ ପ୍ରମୁଖ ଯୋଗଦେଇ ବିଜେପିର ନୀତି ଆଦର୍ଶ ଓ ସଂଗଠନକୁ ତୃଣମୁଳ ସ୍ତରରୁ ସୁଦୃଢ଼ କରିବାସହ ସାଧାରଣ ଲୋକଙ୍କ ସମସ୍ୟା ସହ ନିଜକୁ ଯୋଡି ରଖି ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣ ଯୋଜନା ସହ ବିଜେପିନେତା ଆଲୋକ ସେଠୀଙ୍କ ନେତୃତ୍ୱକୁ ସମର୍ଥନ କରି ଚିନ୍ତାମଣି ଜେନା, ପ୍ରେମାନନ୍ଦ କାଣ୍ଡି, ବାବାଜି ମଲ୍ଲିକ, ବ୍ରଜମୋହନ ବିଶ୍ୱାଳ, ବଳରାମ ଜେନା, ବୃନ୍ଦାବନ ବିଶ୍ୱାଳ, ଚନ୍ଦ୍ରମଣି ଜେନା, ବାପୁନୁ ଜେନା, ଗଣେଶ ବିଶ୍ୱାଳ, ରତିକାନ୍ତ ଜେନା, ଧବଳେଶ୍ୱର ଜେନା, ଗଜେନ୍ଦ୍ର ନାଏକ, ଅର୍ଜୁନ େ;ବହେରା, ଅନନ୍ତ ମହାରଣା, ଦୁର୍ଯେ୍ୟାଧନ ମୁଣ୍ଡୁରିଆ, ରଜନୀ ନାଏକ, ଦୁର୍ଯେ୍ୟାଧନ ନାଏକ, ଚନ୍ଦା ନାଏକ, ଗୌରାଙ୍ଗ ନାଏକ, ବଳରାମ ଚାଟାର, ମିନତୀ ହାଁସଦାଙ୍କ ସମେତ ୪୦ରୁ ଉର୍ଦ୍ଧ ଭିନ୍ନ ଭିନ୍ନ ଦଳର କର୍ମୀମାନେ ବିଜେପିରେ ସାମିଲ ହୋଇଥିଲେ । ଉପସ୍ଥିତ ବିଜେପିର ନେତୃବୃନ୍ଦ ସେମାନଙ୍କୁ ଦଳୀୟ ଟୋପି ଓ ଊତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ