ହଦଗଡରେ ବଢ଼ୁଛି ଜଳସ୍ତର, ଦୁଇଟି ଗେଟ ଦେଇ ଛଡାଗଲା ପ୍ରଥମ ବନ୍ୟାଜଳ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଗତ କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଉପରେ ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ହଦଗଡ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି । ଡ୍ୟାମର ଜଳଧାରଣର କ୍ଷମତା ୮୨.୩ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୭୭.୮ମିଟର ରହିଛି । ବର୍ତ୍ତମାନ ଡ୍ୟାମ ଭିତରକୁ ୧୦ହଜାର କୁ୍ୟସେକ ପାଣି ପ୍ରବେଶ କରୁଥିôବାରୁ ଡ୍ୟାମ କର୍ତ୍ତୁପକ୍ଷ ଡ୍ୟାମର ଦୁଇଟି ଗେଟ ଖୋଲା କରିଛନ୍ତି । ଫଳରେ ଏବେ ଏହି ଦୁଇଟି ଗେଟ ଦେଇ ୧ହଜାର କୁ୍ୟସେକ ପାଣି ସାଳନ୍ଦୀ ନଦୀ ମଧ୍ୟକୁ ଛଡାଯାଇଥିବା ଡ୍ୟାମର ସହକାରୀ ଯନ୍ତ୍ରୀ ସୁଚନା ଦେଇଛନ୍ତି । କିନ୍ତୁ ଏହି ପାଣି ଛଡାଯିବା ଦ୍ୱାରା ତଳ ଅଞ୍ଚଳରେ କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି ସେ କହିଛନ୍ତି ।