ହଦଗଡରେ ଲକ୍ଷ୍ମୀ ବସଷ୍ଟାଣ୍ଡର ଶୁଭ ଉଦଘାଟନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ଲକ୍ଷ୍ମୀବସର ଶୁଭାରମ୍ଭ କରାଯାଇଥିବାବେଳେ ଆଜି ହଦଗଡ ଠାରେ ଲକ୍ଷ୍ମୀ ବସଷ୍ଟାଣ୍ଡର ଶୁଭ ଉଦଘାଟନ ହୋଇଯାଇଛି । ସରପଞ୍ଚ ନିରୁପମା ନନ୍ଦିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ସହକାରୀ ନିର୍ବାହୀଯନ୍ତ୍ରୀ ଜ୍ଞାନେନ୍ଦ୍ର କୁମାର ଜେନା, କନିଷ୍ଠଯନ୍ତ୍ରୀ ଶାଶ୍ୱତ ରଞ୍ଜନ ଦାସ, ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ପି ମଣିକଣ୍ଡନ, ପୁର୍ବତନ ସରପଞ୍ଚ ମଦନ ମୋହନ ନନ୍ଦି ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିବା ସହିତ ଏହି ବସ ଚାଲିବାଦ୍ୱାରା ଏ ଅଞ୍ଚଳର ଲୋକମାନେ ଯାତାୟତ କ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଆଜି ପ୍ରଥମକରି ହାଟଡିହି ବ୍ଲକ କାର୍ଯ୍ୟାଳୟ ଠାରୁ ହଦଗଡ ପଞ୍ଚାୟତକୁ ବସ ଚଳାଚଳର ଶୁଭାରମ୍ଭ ମଧ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ