ହଦଗଡରେ ୨ ପର୍ଯ୍ୟଟକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): କମେଣ୍ଟ ମରାକୁ କେନ୍ଦ୍ରକରି ପର୍ଯ୍ୟଟନ କ୍ଷେତ୍ର ହଦଗଡରେ ଦୁଇ ପର୍ଯ୍ୟଟକ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠି ସଂଘର୍ଷ ଘଟିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବର୍ଷର ଶେଷ ରବିବାର ଥିବାରୁ ହଦଗଡରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମିଥିଲା । କଟକ, ଭୁବନେଶ୍ୱର, ୱେଷ୍ଟବେଙ୍ଗଲ, ବାଲେଶ୍ୱର, ଭଦ୍ରକ ଆଦି ଅଞ୍ଚଳରୁ ଅନେକ ପର୍ଯ୍ୟଟକ ସେମାନଙ୍କ ପରିବାର ସହିତ ଆସି ବଣଭୋଜି କରିଥିଲେ । ସନ୍ଧ୍ୟା ସମୟରେ କିଛି ଯୁବକ ନିଶାଶକ୍ତ ହୋଇ କିଛି ମହିଳା ପର୍ଯ୍ୟଟକଙ୍କୁ କମେଟ ମାରିବାରୁ ଦୁଇ ପର୍ଯ୍ୟଟକ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଦୁଇଜଣ ଆହତ ହୋଇଥିବାବେଳେ ଦୁଇଟି ମୋବାଇଲ ମଧ୍ୟ ଭଙ୍ଗାରୁଜା ହୋଇଥିବା ଜଣାଯାଇଛି । ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ସୋସୋ ପୁଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ପଠାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ