ହଦଗଡ଼ ଡାକ୍ତରଖାନାକୁ ନିୟମିତ ଆସୁ ନାହାନ୍ତି ଡାକ୍ତର, ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହଦଗଡ଼ ଡାକ୍ତରଖାନାକୁ ନିୟମିତ ଡାକ୍ତର ଆସୁ ନଥିବାରୁ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏହି ଡାକ୍ତରଖାନା ଉପରେ ହଦଗଡ଼, ବାଙ୍ଗୋର, ଧନୁର୍ଜୟପୁର ଆଦି ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି । ଏହା ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇ ଥିବାରୁ ବହୁଦୁର ଦୁରାନ୍ତରୁ ରୋଗୀମାନେ ସ୍ୱାସ୍ଥ୍ୟସେବା ପାଇବାପାଇଁ ଛୁଟି ଆସିଥାନ୍ତି। କିନ୍ତୁ ଅଧିକାଂଶ ଦିନ ଡାକ୍ତର ନଥିବାରୁ ରୋଗୀମାନେ ନିରାଣ ହୋଇ ଫେରୁଛନ୍ତି। ମଙ୍ଗଳବାର ଦିନ ଦଲକି, ପିତାନାଉ, ରତ୍ନମରା , ଯୁଣପସି, ମଧୁବନ, କେତକୀ ଆଦି ଗ୍ରାମରୁ ୬୦ ରୁ ଉର୍ଦ୍ଧ୍ଵ ରୋଗୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଧାଇଁ ଆସିଥିବା ବେଳେ ଡାକ୍ତର ନଥିବାରୁ ବସି ବସି ୧୨ଟା ପରେ ନିରାଶ ହୋଇ ଫେରିଥିଲେ । ସେମାନଙ୍କ କହିବା କଥା କି ଏବେ ଗାଁ ମାନଙ୍କରେ ଅନେକ ଲୋକ ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି। ଡାକ୍ତର ପାଳି କରି ଆସୁଥିବାରୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରୁନୁ। ସେହିପରି ବର୍ତ୍ତିମାନ ପିକ୍‌ନିକ୍ ଋତୁ ଆରମ୍ଭ ହୋଇଯାଇଥିବାରୁ ଶହ ଶହ ପର୍ଯ୍ୟଟକ ହଦଗଡ଼କୁ ଛୁଟି ଆସୁଛନ୍ତିି। ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ଆହତମାନେ ଡାକ୍ତର ଖାନାରେ ଚିକିତ୍ସିତ ହୋଇ ନପାରି ୩୦ କିଲୋମିଟର ଦୁର ଆନନ୍ଦପୁରକୁ ଯାଉଛନ୍ତି। ତେଣୁ ଏଠାରେ ନିୟମିତ ଡାକ୍ତର ଉପସ୍ଥିତ ରହି ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଭାତ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଡ଼ାକ୍ତର ଛୁଟିରେ ନାହାନ୍ତି, କାହିଁକି ଆଜି ଅନୁପସ୍ଥିତ ରହିଛନ୍ତି ସେ ଜାଣିନାହାନ୍ତି ବୋଲି କହିଛନ୍ତି। ଖାଲି ଏହି ଡାକ୍ତରଖାନା ନୁହଁ ବ୍ଳକରେ ଥିବା ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ମାନେ ପାଳି କରି ଡାକ୍ତରଖାନାକୁ ଯାଉଥିବାରୁ ସ୍ୱାସ୍ଥ୍ୟସେବା କେବଳ କାଗଜ କଲମରେ ଚାଲିଛି ବୋଲି ଅଭିଯୋଗ ହେଉଛି। ଏଣୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହାର ତଦନ୍ତ କରି ସ୍ଥିତିରେ ସୁଧାର ଆଣିବାକୁ ଜିଲ୍ଲାପରିଷଦ ଉପାଧକ୍ଷ ସୋମନାଥ ଦାସ, ପୂର୍ବତନ ସରପଞ୍ଚ ଅଭିମନ୍ୟୁ ନାଏକ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ