ହଦଗଡ ସରପଞ୍ଚଙ୍କ ଦ୍ୱାରା ସ୍କୁଲ କମିଟି ବୈଠକ
ହାଟଡିହି, (ବିକାଶ ବିଶ୍ୱାଳ) :ହଦଗଡର ନବ ନିର୍ବାଚିତ ସରପଞ୍ଚ ନିରୁପମା ନନ୍ଦୀଙ୍କ ଦ୍ୱାରା ସ୍କୁଲ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ନିରୁପମା ନନ୍ଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଭିମନ୍ୟୁ ନାୟକ, ମଦନ ମୋହନ ନନ୍ଦୀ, ଶୁକ ହାଁସଦା, ହଦଗଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗିରଥି ସାହ, ସିଆରସିସି ବାଳକୃଷ୍ଣ ଦାସଙ୍କ ସାମତ ପ୍ରତି ବିଦ୍ୟାଳୟୀର ପ୍ରଧାନ ଶିକ୍ଷକ ଓ ସମସ୍ତ ୱାର୍ଡସଭ୍ୟସଭ୍ୟା ମାନେ ଯୋଗଦେଇ ନିଜ ନିଜ ସ୍କୁଲର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କିପରି ସ୍କୁଲର ସମସ୍ୟା ଗୁହିକ ଅତିଶିଘ୍ର ସମାଧାନ ହୋଇ ପାରିବ ସେନେଇ ଚିଠା ପ୍ରସ୍ତୁତି କରିବା ସହିତ ସରପଞ୍ଚ ଏନେଇ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।


