ହନିମୁନ୍ରେ ଯାଉଥିଲେ
ଅନେକ ସମୟରେ ଦେଖାଯାଏ ବିବାହ ପରେ ପ୍ରାୟତଃ ନବ ଦମ୍ପତ୍ତି ହନିମୁନ୍ ପାଇଁ ବାହାର ସ୍ଥାନକୁ ଯାଇଥାନ୍ତି । ନୂଆ ନୂଆ ବାହାଘର ସାଙ୍ଗକୁ ଜଣେ ଜଣଙ୍କ ପାଇଁ ଅଚିହ୍ନା । ସେତେବେଳେ ଉଭୟ ପତି, ପତ୍ନୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ନୂଆ ନୂଆ ଭାବନା ଉଦ୍ରେକ ହୋଇଥାଏ । ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣିନଥିବାରୁ କିପରି ସାଥୀ ହୋଇ ଅଜଣା ରାଇଜକୁ ହନିମୁନ୍ ପାଇଁ ଯିବେ ସେ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ ଉଭୟଙ୍କ ମନରେ । ବେଳେବେଳେ ଭାରି ଖାପଛଡା ପରିସ୍ଥିତି ବି ସୃଷ୍ଟି ହୋଇଥାଏ । ତେଣୁ ଜୀବନ ସାଥୀଙ୍କର ମନକୁ ପର୍ଖି ହନିମୁନ ପାଇଁ ଯିବା ଦରକାର । ତେବେ ହନିମନୁ ଟୁରରେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣନ୍ତୁ ।
ସର୍ବପ୍ରଥମେ ହନିମୁନ୍ ପାଇଁ ଯେଉଁ ସ୍ଥାନକୁ ଯିବା ପାଇଁ ସ୍ଥିର କରିଛନ୍ତି, ସେହି ସ୍ଥାନ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରନ୍ତୁ । ଫଳରେ ସେଠାରେ ପହଞ୍ଚିବା ପରେ ଆପଣଙ୍କ ପତ୍ନୀଙ୍କ କୌଣସି ଅସୁବିଧା ହେବ ନାହିଁ ।
ହୋଟେଲ ହେଉ କିମ୍ବା ସ୍ୱତନ୍ତ୍ର ଘର ଯେଉଁ ସ୍ଥାନରେ ରହିବେ ସେଠାରେ ସବୁକିଛି ଜାଣିବା ନିହାତି ଆବଶ୍ୟକ । ଯେହେତୁ ସ୍ଥାନଟି ଉଭୟଙ୍କ ପାଇଁ ନୂଆ ତେଣୁ ପତ୍ନୀଙ୍କର ପୁରା ଧ୍ୟାନ ରଖନ୍ତୁ । ତାଙ୍କ ରୁମ୍ କିମ୍ବା ହୋଟେଲରେ ଏକା ଛାଡ଼ିଯାଆନ୍ତୁ ନାହିଁ ।
ପତ୍ନୀଙ୍କୁ ପ୍ରେମ ନିବେଦନ କରିବା ପୂର୍ବରୁ ତାଙ୍କର ମନକୁ ପରଖନ୍ତୁ । ସେ କ’ଣ ଚାହୁଁଛନ୍ତି ଜାଣିବାକୁ ଚେଷ୍ଟା କରନ୍ତୁ ।
ଏକାଠି ସମୟ ବିତାଉଥିବା ବେଳେ ପତ୍ନୀଙ୍କର ଛୋଟ ଛୋଟ ଇଶାରାକୁ ଧ୍ୟାନ ଦିଅନ୍ତୁ । ଆବଶ୍ୟକଠାରୁ ଅଧିକ ହନିମୁନ ପାଇଁ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ । ପତ୍ନୀଙ୍କୁ ମଧ୍ୟ ତାଙ୍କ ମନର କଥା କହିବାକୁ ସୁଯୋଗ ଦିଅନ୍ତୁ । ନିଜକୁ ନିୟନ୍ତ୍ରଣ କରନ୍ତୁ । ଅତ୍ୟଧିକ ଆବେଗରେ ଆସି ନିଜର ପ୍ରଭୃତ୍ୱ ଜାହିର କରନ୍ତୁ ନାହିଁ ।
ପ୍ରଥମେ ପତ୍ନୀଙ୍କୁ ବିଶ୍ୱାସ ଜିତିବାକୁ ଚେଷ୍ଟା କରନ୍ତୁ । ପରେ ଉଭୟଙ୍କ ସହମତିରେ କଥା ଆଗକୁ ବଢ଼ିପାରେ । ପତ୍ନୀ ରାଗିଥିଲେ ତାଙ୍କୁ ବୁଝାନ୍ତୁ, ନତୁବା ଅଶାନ୍ତି ବଢ଼ିପାରେ ।