ହନିମୁନ୍ ଯିବା ମହଙ୍ଗା ପଡ଼ିଲା, ସନ୍ତାନ ପ୍ରସବ କଲେ ଝିଅର ମାଆ

ସବୁ ଧର୍ମରେ ଶାଶୂଙ୍କୁ ଧର୍ମମାତାର ସ୍ଥାନ ଦିଆଯାଇଛି। ବିଶେଷ କରି ଝିଅର ପରିବାରକୁ ସଜାଡିବାରେ ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ହେଲେ ଶାଶୂ ଯଦି ଜ୍ବାଇଁ ପ୍ରତି ଆକୃଷ୍ଟ ହୁଏ, ତେବେ ପରିଣାମ ସବୁବେଳେ ବିଷମୟ ହୋଇଥାଏ। ଏମିତି ଏକ ଘଟଣା ଲଣ୍ଡନରେ ଘଟିଛି। ଜଣେ ମା’ ନିଜ ଝିଅର ପରିବାରକୁ ଭାଙ୍ଗିଦେଇଛି । ଏହି ଘଟଣାଟି ୨୦୦୪ ମସିହାର । ଯୁବତୀ ଜଣଙ୍କ ନିଜ ବିବାହ ପରେ ହନିମୁନ୍‌ ପାଇଁ ବାହାରିଥିଲେ । ସେ ସାଥିରେ ନିଜ ମା’ଙ୍କୁ ନେଇଥିଲେ । ମାତ୍ର ହନିମୁନ୍‌ ସମୟରେ ଜ୍ୱାଇଁ ଆକୃଷ୍ଟ ହୋଇଥିଲେ ଶାଶୂଙ୍କ ପ୍ରତି । ପରିଣାମ ଏହା ହେଲା ଯେ, ଶାଶୂ ନିଜ ଜ୍ୱାଇଁଙ୍କର ସନ୍ତାନକୁ ଜନ୍ମ ଦେଇଛନ୍ତି ।
ଲଣ୍ଡନର ଟ୍ରେଭିକନହମରେ ରହୁଥିବା ଲୋରେନ ନାମକ ଏହି ଯୁବତୀ ଜଣଙ୍କ ନିଜ ଦୁଃଖଭରା କାହାଣୀ ବଖାଣିଛନ୍ତି । ଲୋରେନ୍‌ ପଲ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ତାଙ୍କ ଜୀବନ ବେଶ୍‌ ହସଖୁସିରେ ଆରମ୍ଭ ହୋଇଥିଲା । ପରେ ସେମାନେ ହନିମୁନ୍‌ ଯିବାକୁ ସ୍ଥିର କରିଥିଲେ । ଏହି ସମୟରେ ଲୋରେନ୍‌ ତାଙ୍କ ସ୍ୱାମୀଙ୍କୁ ମା’ ଘରେ ଏକୁଟିଆ ଥିବେ, ତାଙ୍କୁ ନେଲେ ଭଲ ହେବ ବୋଲି ପରାମର୍ଶ ଦେଇଥିଲେ । ପରେ ତିନିଜଣ ହନିମୁନ୍‌ରେ ବାହାରିଥିଲେ । ସେଠାରେ ପଲ୍‌ ଲୋରେନ୍‌ ନୁହେଁ ବରଂ ତାଙ୍କ ମା’ଙ୍କ ପ୍ରତି ଆକର୍ଷିତ ହେବାକୁ ଲାଗିଲେ । ହନିମୁନରୁ ଫେରିବା ପରେ ଲୋରେନ୍‌ ପଲ୍‌ଙ୍କ ଉପରେ ସନ୍ଦେହ ଆରମ୍ଭ କରିଥିଲେ । ପରେ ସ୍ଥିତି ଏପରି ହେଲା ଯେ, ଲୋରେନଙ୍କୁ ଛାଡି ସ୍ୱାମୀ ପଲ୍‌ ରହିଲେ ମା’ଙ୍କ ସହ । ଲୋରେନଙ୍କ ମା’ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲା ବେଳେ ଏହି ଘଟଣା ବଡ଼ ଚର୍ଚ୍ଚାର ବିଷୟ ଥିଲା ୨୦୦୫ ମସିହାରେ । ନିକଟରେ ଲୋରେନ୍‌ ନିଜର ଏହି ଦୁଃଖଭରା କାହାଣୀକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ