ହନୁମାଙ୍କଡ଼ କାମୁଡିବାରୁ ବୟସ୍କ ମହିଳା ଗୁରୁତର

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ପାଙ୍ଗିଡି ପଞ୍ଚାୟତର କଞ୍ଚୁରୁ ଗ୍ରାମର ୬୦ ବର୍ଷରୁ ଉର୍ଦ୍ଧ୍ବ ମହିଳା ଜମ୍ଭୁ ଆପଟ ଙ୍କୁ ହନୁମାଙ୍କଡ଼ କାମୁଡି ଦେବାଯୋଗୁଁ ଗୁରୁତର ଅବସ୍ଥାରେ ବୁଗୁଡା ମେଡ଼ିକାଲରେ ଚିକିତ୍ସା କରାଯାଉଛି। ଜମ୍ଭୁ ଆପଟ ନିଜ ଘରର ବାରିପଟେ କାମ କରୁଥିବା ବେଳେ ଏକ ହନୁମାଙ୍କଡ଼ ଆସି ଜମ୍ଭୁଙ୍କ ବାମ ଗୋଡ଼ର ଆଣ୍ଠୁ ଠାରୁ ପାଦ ପର୍ଯ୍ୟନ୍ତ ବହୁ ସ୍ଥାନରେ କାମୁଡି ରକ୍ତାକ୍ତ କରିଦେଇଥିଲା। ଜମ୍ଭୁଙ୍କ ଚିତ୍କାର ଶୁଣି ସାହି ପଡିଶା ଲୋକମାନେ ଦୌଡ଼ି ଆସି ହନୁମାଙ୍କଡ଼ଟିକୁ ଘଉଡାଇଥିଲେ। ଖବର ପାଇ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ଆପଟ ଆହତ ଜମ୍ଭୁଙ୍କୁ ବୁଗୁଡା ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ। ଜମ୍ଭୁ ଏକାକି ଗ୍ରାମରେ ରହୁଥିବା ବେଳେ ତାଙ୍କର ପୁଅ ଓ ବୋହୂ ଭୁବନେଶ୍ୱରରେ ରହୁଛନ୍ତି। ଲକ ଡାଉନ ଯୋଗୁଁ ପୁଅ ଓ ବୋହୂ ବୁଗୁଡା ଆସିପାରୁନଥିବା ଯୋଗୁଁ ସରପଞ୍ଚ ଶ୍ରୀ ଆପଟ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ସହ ଆଲୋଚନା କରି ଆହତ ଜମ୍ଭୁଙ୍କୁ ଭୁବନେଶ୍ୱର ଚିକିତ୍ସା ପାଇଁ ପଠାଇବାର ବ୍ୟବସ୍ଥା କରିଥିଲେ।ସେଠାରେ ଜମ୍ଭୁଙ୍କ ପୁଅବୋହୁ ଥିବା ଯୋଗୁଁ ତାଙ୍କୁ ସେବା କରିପାରିବେ। ଜମ୍ଭୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବୁଗୁଡା ମେଡିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ