ହନୁମାନଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦ୍ଯାପିତ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ପଡିଆପଡା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମହାପ୍ରଭୁଙ୍କର ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଶନିବାର କୁଣ୍ଡମଣ୍ଡଳ ନିର୍ମାଣ, ଅଙ୍କୁରାରୋପଣ କରାଯିବା ପରେ ନିକଟସ୍ଥ ଗ୍ରାମ୍ୟ ପୋଖରୀରୁ ୨୭ଟି କଳସ ଅଣାଯାଇ ଘଟସ୍ଥାପନା କରାଯାଇଥିଲା । ମନମୋହନ ଜେନା ଓ ଶଶୀକଳା ଜେନା ମୁଖ୍ୟ କଳସ ଆଣିଥିଲେ । ରବିବାର ପ୍ରାତଃରୁ ସୂର୍ଯ୍ୟପୂଜା, ଯଜ୍ଞ ସଂକଳ୍ପ, ବରୁଣପୂଜା, ବ୍ରହ୍ମସାବିତ୍ରୀ ଗ୍ରହଦିଗପାଳ, ଅଷ୍ଟାଦଶ ମାତୃଗଣ, ସର୍ବୋତ୍ର ଭଦ୍ରମଣ୍ଡଳ, ବାସ୍ତୁପୂଜା, ବିଶ୍ୱକର୍ମା ପୂଜା, ରୁଦ୍ର ପୂଜା, ଚଣ୍ଡିମଣ୍ଡଳ ପୂଜା, ଯୋଗିନୀ ପୂଜା, ବିଗ୍ରହଙ୍କର ନଗର ପରିକ୍ରମା, ସ୍ନାନବିଧିରେ ବିଗ୍ରହ ସ୍ଥାପନ, ମହାସ୍ନାନ, ମନ୍ଦିର ପ୍ରତିଷ୍ଠା, ଚକ୍ରସ୍ଥାପନ, ଧ୍ୱଜସ୍ଥାପନ, ବିଗ୍ରହଙ୍କର ମନ୍ଦିର ପ୍ରବେଶ, ନୈବେଦ୍ୟ ଆରତି, ନ୍ୟାସ, ଯଥାବିଧିରେ ଷୋଡଶ ଉପଚାର ପୂଜା, ଗୀତାପାଠ, ସନ୍ଧ୍ୟା ଆରତି, ସୋମବାର ପ୍ରାତଃରୁ ସୂର୍ଯ୍ୟପୂଜା, ପଞ୍ଚଦେବତା ଘଟମଣ୍ଡଳାଦି ପୂଜା, ବିଗ୍ରହ ଷୋଡଶ ଉପଚାର, ସୁନ୍ଦରାକାଣ୍ଡ ପାଠ, ହନୁମାନ ଚାଳିଶା, ପୂର୍ଣ୍ଣାହୂତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୂଜକ ଭାସ୍କର ଚନ୍ଦ୍ର ଶତପଥି, ଅଶୋକ ତ୍ରିପାଠୀ, ଲକ୍ଷ୍ମୀଧର ପାଣିଗ୍ରାହୀ, ଜଗନ୍ନାଥ ପଣ୍ଡା, ନଟବର ପଣ୍ଡା ପ୍ରମୁଖ ସମସ୍ତ ପୂଜା କାର୍ଯ୍ୟ ତୁଲାଇଥିଲେ । ୩ ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ମହାବୀର ପୂଜା କମିଟି ସମେତ ଗ୍ରାମବାସୀ ମାନେ ସହାୟତା କରିଥିଲେ ।