ହନୁମାନଙ୍କ ବାର୍ଷିକ ଉତ୍ସବ ପାଳିତ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ବାଉନଘର ପୁରୁଣା ହରିହାଟସ୍ଥିତ ହନୁମାନ ପୀଠରେ ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିକଟସ୍ଥ ମହାଦେବ ପୋଖରୀରୁ ୧୫ଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ୨ଦିନ ଧରି ପୂଜକ ରକି ପଣ୍ଡା, ସତ୍ୟବ୍ରତ ପଣ୍ଡା, ଫକୀର ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ । ମଂଗଳବାର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଗ୍ରାମରୁ ଶତାଧିକ ଭକ୍ତଙ୍କ ସମାଗମ ଏଠାରେ ଦେଖିବାକୁ ମିଳିଥିଲା । ଘଟତ୍ତୋଳନ କାର୍ଯ୍ୟରେ ଉତ୍କଳ କେଶରୀ ବେହେରା, ପ୍ରୀତି ପ୍ରକାଶ ପ୍ରଧାନ, କାଳନ୍ଦି ମୁଦୁଲି, ଦୀଲିପ ମୁଦୁଲି, ସଂଜୟ ବାରିକ, କାଳଆ ବାରିକ, ଚନ୍ଦନ ବାରିକ, ସିପୁନ୍ ବାରିକ, ବାପୁନ ବାରିକ, ବାପୁନ ସାହୁ ପ୍ରମୁଖ ଥିଲେ ।