ହନୁମାନଜୀଉଙ୍କ ମନ୍ଦିରରେ ବୃକ୍ଷରୋପଣ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ହନୁମାନ ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ହନୁମାନ ମନ୍ଦିରର ବାବାଜୀ ଚେତନାନନ୍ଦ ଦାସ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଫଳବୃକ୍ଷର ଚାରା ମନ୍ଦିର ପରିସରରେ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କପାଳେଶ୍ୱର ପଂଚାୟତର ସରପଂଚ ଗାୟତ୍ରୀ ମହାନ୍ତି, ପୂର୍ବତନ ସରପଂଚ ଅଭିମନ୍ୟୁ ଗୋଛାୟତ, କେଶବ ସେଠୀ, କୃଷ୍ଣ ନାୟକ, ପ୍ରଫୁଲ୍ଲ ଘଡେଇ,ସରୋଜ ମହାନ୍ତି,ସରୋଜକାନ୍ତ ସାହୁ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ