ହନୁମାନ ଜୟନ୍ତିରେ ପଣା ବଣ୍ଟନ

ହିଞ୍ଜିିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ସହରରେ ଓଡ଼ିଆ ନବବର୍ଷକୁ ସ୍ୱାଗତ କରିବା ସହ ହନୁମାନ ଜୟନ୍ତି ପାଳନ କରାଯାଇଅଛି । ସ୍ଥାନୀୟ ପୌରାଞ୍ଚଳର ବଇଁଚବଣିଆ, ଆଙ୍କୋରଡା, ହିଞ୍ଜିଳି, ବଡରଙ୍ଗଣି ସାହି ଓ ମେଣ୍ଢାଖାଇ ପାହାଡ଼ରେ ଅବସ୍ଥିତ ହନୁମାନ ମନ୍ଦିର ଗୁଡ଼ିକରେ ଚାଳିସା ପାଠ ସହ ପୂଜାର୍ଚ୍ଚନା ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା । ବିଭିନ୍ନ ସ୍ୱେଛାସେବି ସଙ୍ଗଠନ ଓ ଯୁବ ସମାଜ ପକ୍ଷରୁ ବଇଁଚବଣିଆ, ସିନେମାହଲ ଛକ, ରଜାସାହି ବସଷ୍ଟାଣ୍ଡ,ପାଟଣାସାହି, ବ୍ଳକ ଛକ, ଆରଏମସି ଛକ , ହିଞ୍ଜିଳି, ତରାତାରିଣୀ ମୁଖ୍ୟ ସଡକ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ଛକ ସ୍ଥାନ ଗୁଡ଼ିକରେ ଶୀତଳ ପାନୀୟ ଜଳ ସମେତ ଚହ୍ଲା, ଦହିପଣା, ସରବତ ଓ ବିଭିନ୍ନ ରକମର ପଣା ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ