ହନୁମାନ ଜୟନ୍ତୀରେ ହିନ୍ଦୁ ଏକତା ବାହୀନିର ବିଶାଳ ଶୋଭାଯାତ୍ରା ପାଇଁ ସହରରେ ପୁଲିସ୍ ର ଫ୍ଲାଗମାର୍ଚ

ନବରଙ୍ଗପୁର,(ୱାଇଏନଏସ): ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷକୁ ନବରଙ୍ଗପୁର ସହରରେ ହିନ୍ଦୁ ଏକତା ବାହିନୀ ପକ୍ଷରୁ ଧୁମଧାମରେ ପାଳନ କରିବାକୁ ଚୂଡାନ୍ତ ହୋଇଛି। ଏଥି ପାଇଁ ରବିବାର ସନ୍ଧ୍ଯା ରେ ନବରଙ୍ଗପୁର ସହରରେ ଫ୍ଲାଗମାର୍ଚ କରାଯାଇଛି। ଆସନ୍ତାକାଲି ବିଶାଳ ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି । ସେଭଳି ଶୋଭାଯାତ୍ରାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଚାଳନା ଉପରେ କଟକଣା ଜାରି କରାଯାଇଛି । ସହରରେ ଶାନ୍ତିଶୃଙ୍ଖଳା ପାଇଁ ଆସନ୍ତାକାଲି ପାଇଁ ୬ ପ୍ଲାଟୁନ ପୁଲିସ ଫର୍ସ ମୁତୟନ କରାଯାଇଛି। ଆସନ୍ତା କାଲି ଅପରାହ୍ନ ୩ଟାରୁ ଚାଉଁରିଆଗୁଡା ଠାରୁ ବିଶାଳ ଶୋଭାଯାତ୍ରା ବାହାରି ପୁଲିସ୍ ପଡିଆରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ସମାପନ ହେବ। ଏହି ଶୋଭାଯାତ୍ରାରେ ପ୍ରାୟ ୪୦ହଜାର ଜନସାଧାରଣ ଯୋଗଦେବେ ବୋଲି ହିନ୍ଦୁ ଏକତା ବାହିନୀ ଆକଳନ କରିଛି। ସେଭଳି ଏଥର ଶୋଭାଯାତ୍ରାର ମୁଖ୍ଯ ଆକର୍ଷଣରେ ବନାରସର ଅଘୋରୀ ବାବାଙ୍କ ଶିବ ତାଣ୍ଡବ ନୁତ୍ୟ, ମହାରାଷ୍ଟ୍ରର ଢୋଳତୋସା ନୁତ୍ୟରେ ରାଜପଥ ଦୁଲିକବ। ସେଭଳି ସ୍ଥାନୀୟ ପାରମ୍ପାରିକ ନୁତ୍ୟ ଦଳ ଓ କିର୍ତ୍ତନ ମଣ୍ଡଳୀ ଗୁଡିକ ସାମିଲ ହେବେ। ଏଥିପାଇଁ ପୁରା ସହର ଗେରୁଆ ଧ୍ବଜା ଓ ତୋରଣ ରେ ସଜେଇ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ