ହନୁମାନ ଜୟନ୍ତୀ ଉତ୍ସବ ପାଳନ

ପୌରାଣିକ ଚରିତ୍ର ମାରୁତୀ ନନ୍ଦନ ବଜରଙ୍ଗବଲୀ ଶ୍ରୀ ହନୁମାନଙ୍କ ଜୟନ୍ତୀ ଉତ୍ସବ ଦିଗପହଣ୍ଡିର ବିଭିନ୍ନ ସ୍ଥାନରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପୂଞ୍ଜିକୟାଁ ଛକ ସ୍ଥିତ ଶ୍ରୀ ହନୁମାନ ମନ୍ଦିର, ପତିତପାବନ ମନ୍ଦିର ଏବଂ ଦଧିବାମନ ମନ୍ଦିର, କମଳାପୁର ସ୍ଥିତ କାଶୀ ବିଶ୍ୱନାଥ ଓ ଖମାରୀଗାଁ ସ୍ଥିତ ଉଜ୍ଜଳେଶ୍ୱ ପରିସରରେ ୧୦୮ ହନୁମାନ ଚାଳିଷା ପଠନ, ହୋମ, ଜପତପ ଅନୁଷ୍ଠିତ ହୋଇଥିଲା । ଏହି ଚାଳିଷା ପାଠ ନିମନ୍ତେ ପିଲା ଠାରୁ ବୁଢା ଯାଏଁ ସଙ୍କଳ୍ପିତ ହୋଇ ମନରେ ପ୍ରଭୁ ଶ୍ରୀରାମଙ୍କୁ ଚିନ୍ତା ଆରଧନା ପୂର୍ବକ ଶ୍ରୀ ହନୁମାନଙ୍କର ଚାଳିଷା ପାଠ କରିଥିଲେ । ହନୁମାନ ଚାଳିଷା ପାଠ ପରେ ସମସ୍ତଙ୍କୁ ମାଗଣା ଅନ୍ନ ପ୍ରସାଦ ବଣ୍ଟନ କରିବା ସହିତ ବିଷୁବ ପଣା ବଣ୍ଟନ କରାଯାଇଥିଲ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ