ହନୁମାନ ଜୟନ୍ତୀ ଓ କ୍ରୀଡ଼ା ଭାରତୀ ପ୍ରତିଷ୍ଠା ଦିବସ

କଟକ, (ଯୁଗାବ୍ଦ ନ୍ୟୁଜ):ମହାବିଷୁବ ସଂକ୍ରାନ୍ତି,ହନୁମାନ ଜୟନ୍ତୀ,ବାବା ସାହେବ ଡଃ ଆମ୍ବେଦକର ଜୟନ୍ତୀ ଓ କ୍ରୀଡ଼ା ଭାରତୀ ପ୍ରତିଷ୍ଠା ଦିବସ ଉପଲକ୍ଷେ କଟକ କ୍ରୀଡ଼ା ଭାରତୀ ତରଫରୁ ଏକ ସାଇକେଲ ଶୋଭାଯାତ୍ରା ଡ଼ଗରପଡା ହନୁମାନ ମନ୍ଦିରଠାରୁ ଆରମ୍ଭ ହୋଇ କଟକ ବାରବାଟୀ ସଂଘଠାରେ ସମାପ୍ତ ହୋଇଥିଲା। କ୍ରୀଡ଼ା ଭାରତୀ ପ୍ରତିଷ୍ଠା ଦିବସ ଅବସରରେ କିପରି ଆମେ ସୁସ୍ଥ ଓ ସଶକ୍ତ ସମାଜ ଗଠନ କରିବା ପାଇଁ ସମାଜର ପ୍ରତ୍ୟେକ ନାଗରିକ, ବ୍ୟାୟାମ, ଯୋଗ, ସନ୍ତୁଳିତ ଆହାର ଶୃଙ୍ଖଳିତ ଦିନଚାର୍ଯ୍ୟ ଦ୍ୱାରା ସମ୍ଭବ ହୋଇପାରିବ ବୋଲି କ୍ରୀଡ଼ା ଭାରତୀ ପୂର୍ବପ୍ରାନ୍ତ ଅଧ୍ୟକ୍ଷ ଡଃ ଅଶୋକ କୁମାର ନାୟକ ସମସ୍ତ ସଦସ୍ୟଙ୍କ ଉପଦେଶ ଦେଇଥିଲେ। ଏହି ସଭା କାର୍ଯ୍ୟରେ କଟକ ଜିଲ୍ଲା କ୍ରୀଡ଼ା ଭାରତୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ