ହନୁମାନ ମନ୍ଦିରରେ ୧୦୮ ଆରତି
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ସୋମବାର ପବିତ୍ର ଧନୁ ସଂକ୍ରାନ୍ତି ଉପଲକ୍ଷେ ବ୍ରହ୍ମପୁରସ୍ଥିତ ବାବାଜିତୋଟା ସାହି ହନୁମାନ ମନ୍ଦିରରେ ମାରୁତି ସତସଙ୍ଗ ଭକ୍ତ ମାନଙ୍କ ଦ୍ୱାରା ୧୦୮ ହନୁମାନ ଚାଳିଷା ପାଠ ଓ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହଦେବ ପାତ୍ର , ଇଶ୍ୱର ମହାନ୍ତି , କାହ୍ନୁ ବେହେରା , ଶ୍ରୀନିବାସ ସାହୁ , ନୀଳକଣ୍ଠ ଦଳାଇଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ । ଶେଷରେ ଠାକୁରଙ୍କୁ ଧନୁମୁହାଁ ଭୋଗ ଏବଂ ୧୦୮ ଆରତି ଅନୁଷ୍ଠିତ ହୋଇଥିଲା ।


