ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମର ହନୁମାନ ମନ୍ଦିରର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିକଟସ୍ଥ କପାଳୀ ନଦୀରୁ ୭ଟି କଳସ ଅଣାଯାଇ ସ୍ଥାପନା ପୂର୍ବକ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ନିତ୍ୟାନନ୍ଦ ମିଶ୍ର, ଜଗନ୍ନାଥ ପାଣିଗ୍ରାହୀ, ସତ୍ୟବ୍ରତ ପଣ୍ଡା, ପିତାମ୍ବର ମିଶ୍ର, ପୂଜା କାର୍ଯ୍ୟ ତୁଲାଇଥିଲେ । କର୍ତ୍ତା ଭାବରେ ସୁବାଷ ଚନ୍ଦ୍ର ନାୟକ, ବାସନ୍ତୀ ନାୟକ, ଗେହ୍ଲାମଣି ବିଶ୍ୱାଳ, ତାପସ ନାୟକ, ଲିଳିମା ନାୟକ ପ୍ରମୁଖ ଥିଲେ । ଦିବସ ବ୍ୟାପୀ ହନୁମାନ ଚାଳିଶା ପଠନ ଓ ସନ୍ଧ୍ୟାରେ ନିରାକର ଗାହାଣଙ୍କ ଦ୍ୱାରା ରାମଚରିତ ମାନସ ପଠନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ନେତା ପଞ୍ଚାନନ ରାଉତ, ସରପଞ୍ଚ ରଞ୍ଜନ କୁମାର ସାହୁ, ଉପାଧ୍ୟକ୍ଷା ମଞ୍ଜୁଲତା ଜେନା ଯୋଗ ଦେଇଥିଲେ । ପରିଚାଳନାରେ ଉତ୍ତମ ବିଶ୍ୱାଳ, ରମାକାନ୍ତ ରାଉତ, ଅନୁକୂଳ ବିଶ୍ୱାଳ, ପ୍ରବୋଧ ରାଉତ, ଜୟନ୍ତ ସୂତାର, ମହେଶ୍ୱର ବିଶ୍ୱାଳ ପ୍ରମୁଖ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ