ହନୁମାନ ମନ୍ଦିର ନୂତନ ପରିଚାଳନା କମିଟି ଗଠିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ଆଙ୍କୋରଡ଼ା ଗ୍ରାମ ହନୁମାନ ମନ୍ଦିର ପରିସରରେ ରବିବାର ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସନ୍ତୋଷ କୁମାର ମହାରଣାଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ ମନ୍ଦିରର ବିଭିନ୍ନ ସମସ୍ୟା ଓ ଉନ୍ନତିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇ ଯାଇଥିବା ଯୋଗୁଁ ନୂତନ ପରିଚାଳନା କମିଟି ଗଠନ ସକାଶେ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ସର୍ବସମ୍ମତି କ୍ରମେ ସଭାପତି ଭାବେ ସନ୍ତୋଷ କୁମାର ମହାରଣା, ଉପସଭାପତି ଭାବେ ଅଶୋକ କୁମାର ସ୍ୱାଇଁ, ସମ୍ପାଦକ ସିତାରାମ ବେହେରା, ଯୁଗ୍ମ ସମ୍ପାଦକ ରାଜାରାମ ସ୍ୱାଇଁ, କୋଷାଧ୍ୟକ୍ଷ ଲକ୍ଷ୍ମଣ ରାଉତ, ଉପଦେଷ୍ଟା ମଣ୍ଡଳୀ ଭାବେ ସୁବାଷ ଚନ୍ଦ୍ର ପୋଲାଇ, ପ୍ରମୋଦ ପାଢି , ସମୀକ୍ଷକ କମଳ ଲୋଚନ ନାହାକ ଏବଂ କମିଟି ସଭ୍ୟ ଭାବେ ଯୁଧିଷ୍ଟିର ସ୍ୱାଇଁ, କିରଣ କୁମାର ନାହାକ, ଅରକ୍ଷିତ ବାଡ଼ତ୍ୟା, ଟୁଟୁ ବାଡ଼ତ୍ୟା, ଜିତୁ ନାହାକ, ଦିଲ୍ଲିପ ସମାନ୍ତରା, ସଞ୍ଜୟ ସ୍ୱାଇଁ, ବିଜୟ ନାହାକ, ଦିଲ୍ଲିପ ପଟ୍ଟନାୟକ, ଲଡ଼ୁ ସ୍ୱାଇଁ, ଝୁମୁର ନାହାକଙ୍କୁ ମନୋନୀତ କରାଯାଇଥିଲା । ଆୟୋଜିତ ବୈଠକରେ ଗ୍ରାମର ବହୁ ବୁଦ୍ଧିଜୀବି ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ