ହନୁମାନ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଆର.ଉଦୟଗିରି,(ଦେବାଶିଷ କାର୍ଜି): ଗଜପତି ଜିଲ୍ଲା ତାଳଗୁଡ଼ ପ୍ରକଳ୍ପର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆସୁଥିବା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଥମେ ମୋହନା ବ୍ଲକ୍ ମାଣିକପୁର ଗ୍ରାମ ସ୍ଥିତ ହନୁମାନ ମନ୍ଦିର ପରିଦର୍ଶନ କରିଥିଲେ । ଏହି ଅବସରରେ ,ଭାଜପା ଦଳର କର୍ମକର୍ତ୍ତା , ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମକର୍ତ୍ତା, ଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀ ଶ୍ରୀ ଷଡ଼ଙ୍ଗୀ ଙ୍କୁ ତାଳ ମୃଦଙ୍ଗ ବଜାଇ ଫୁଲମାଳ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଅସ୍ଥାୟୀ ହନୁମାନ ମନ୍ଦିର କୁ ପାଛୋଟି ନେଇଥିଲେ ।ଶ୍ରୀ ଷଡ଼ଙ୍ଗୀ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ପର ନୂତନ ଭାବେ ନିର୍ମାଣ କରାଯାଉଥିବା ମନ୍ଦିର ପ୍ରାଙ୍ଗଣରେ ବସି ଲୋକମାନଙ୍କ ସହ ମିଶି ସମ୍ୟକ୍ ଭାବେ ଆଧ୍ୟାତ୍ମିକ ଗ୍ୟାନ ବଣ୍ଟନ କରି ଲୋକଙ୍କ ମଧ୍ୟରେ ଧାର୍ମୀୟ ଭାବନା ଜାଗ୍ରତ କରିବା ପରେ କିଛି ପ୍ରସାଦ ସେବନ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ପରେ ଆର୍ ଉଦୟଗିରି ଲୁବୁରୁସିଂ ଅଭିମୁଖେ ଯାତ୍ରା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ