ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ନୂଆପୋଖରୀ ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ଅଧିବାସ, ଅଙ୍କୁରାରୋପଣ ପରେ ଶୁଭ ମୁହୂର୍ତ୍ତରେ ନିକଟ ରାଢୋ ହନୁମାନ ପୋଖରୀ ଠାରୁ କଳସ ଯାତ୍ରା ଆରମ୍ଭ ହୋଇଥିଲା । ପରେ ଗ୍ରାମରେ ପ୍ରତିଷ୍ଠିତ ମନ୍ଦିର ପ୍ରାଙ୍ଗଣ ଯଜ୍ଞ ମଣ୍ଡପରେ ସୂର୍ଯ୍ୟପୂଜା, ଗୁରୁପୂଜା, ବୃଦ୍ଧିଶ୍ରାଦ୍ଧ, ଅଷ୍ଟାଦଶଦେବୀ ପୂଜା, ମଣ୍ଡଳାଧିପୂଜା, ଦ୍ୱାରପାଳ ପୂଜା ସହିତ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୁରୀ, ଯାଜପୁର ଅଞ୍ଚଳର ବୈଦିକ ବ୍ରାହ୍ମଣ ମାନଙ୍କ ସହିତ ଆଖପାଖ ଅଞ୍ଚଳର ପୂଜକ ଏଥିରେ ଯୋଗଦେଇ ବିଧିମତେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିଥିବାବେଳେ ହନୁମାନ ଚାଳିଷା ପାଠ କରିଥିଲେ । ଗ୍ରାମର ଶ୍ରଦ୍ଧାଳୁ ମହିଳା, ପୁରୁଷ କଳସ ଯାତ୍ରାରେ ସାମିଲ ହେବା ସହ ଯଜ୍ଞ ମଣ୍ଡପରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପୂଜାକମିଟିର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।