ହନୁମାନ ହଟିଂରୁ ବିଦେଶୀ ମଦ ଜବତ, ୨ ମହିଳା ଗିରଫ

ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ଥାନା ସହରସ୍ଥିତ ହନୁମାନ ହାଟିଂ ଠାରେ ବେଆଇନ ଭାବେ ବିଦେଶୀ ମଦ ଗଛିତ ରଖି ବିକ୍ରି କରୁଥିବା ବେଳେ ପୋଲିସ ହାତରେ ୨ ଜଣ ମହିଳା ଧରାପଡିଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ , ମଙ୍ଗଳବାର ଦିନ ୧୦ଟା ବେଳେ ବିଶ୍ୱସ୍ଥ ସୂତ୍ରରୁ ଖବରପାଇ ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁଙ୍କ ନିର୍ଦ୍ଦେଶକ୍ରମେ ହନୁମାନ ହଟିଂ ଠାରେ ଯୋଡା ଥାନା ସବଇନ୍ସିପେକ୍ଟର ଅନିଲ କୁମାର ସାମଲ ଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ଏଥିରେ ମହିଳା ପୋଲିସ ଏହି ଚୋରା ମଦ କାରବାର କରୁଥିବା ଅଭିଯୋଗରେ ୨ ଜଣ ମହିଳାଙ୍କୁ ଗିରଫ କରିଛି ଏବଂ ଉକ୍ତ ଘରୁ ଦୁଇ ପେଟି ବିଦେଶୀ ମଦ ପୋଲିସ ଜବତ କରିଛି । ଯୋଡାରେ ଲକ୍ଷ୍ମୀପୂଜା ମେଳା ଚାଲିଥିବାରୁ ମଦ ଧରପଗଡ ପୋଲିସ ପକ୍ଷରୁ ବ୍ୟାପକ କରାଯାଇଛି । ଅପରାହ୍ନ ୪ଟା ବେଳେ ଯୋଡାର ସମସ୍ତ ମଦ ଦୋକାନକୁ ବନ୍ଦ କରିଦିଆଯାଉଛି । ଏହାର ଫାଇଦା ଉଠାଇ ଚୋରା ମଦ ବେପାରୀ ଚୋରାରେ ମଦ ବ୍ୟବସାୟ କରୁଛନ୍ତି । ପାନ ଦୋକାନ, ଚା ଦୋକାନ, ଫାଷ୍ଟଫୁଡ୍ ଦୋକାନ, ହୋଟେଲ ପ୍ରଭୃତିରେ ଅବାଧ ଚୋରା ମଦ କରାବାର ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ