ହଫିଜ୍‌ ସଇଦ୍‌ଙ୍କୁ ୫ ବର୍ଷର କାରାଦଣ୍ଡ

ଲାହୋର : ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ୍‌ ସଇଦ୍‌କୁ ପାକିସ୍ତାନରର ଏକ କୋର୍ଟ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ପାକିସ୍ତାନୀ କୋର୍ଟ ହାଫିଜ୍‌କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୫ ବର୍ଷ ପାଇଁ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଲସ୍କର ଏ ତୋଏବା ଏବଂ ଜମାତ ଉଦ୍‌ ଦାଓ୍ବାକୁ ଅର୍ଥଯୋଗାଣ ଅଭିଯୋଗରେ ଦାୟର କରାଯାଇଥିବା ଦୁଇଟି ମାମଲାରେ ବିଚାର କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ କୋର୍ଟ ହଫିଜ୍‌ଙ୍କୁ ଦଣ୍ଡାଦେଶ ଶୁଣାଇଛି । ଏହା ସହିତ ଉଭୟ ମାମଲାରେ ହଫିଜ୍‌ଙ୍କୁ ୧୫ ହଜାର ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ