ହବିଷ୍ୟାଳୀ ବିହିନ ସିଦ୍ଧଳ ଜଗନ୍ନାଥ ମନ୍ଦିର

ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ଅତିପୁରାତନ ସିଦ୍ଧଳ ଜଗନ୍ନାଥ ମନ୍ଦିର କାର୍ତ୍ତିକ ମାସରେ ହବିଷ୍ୟାଳି ମାନଙ୍କୁ ନେଇ ଭରପୂର ହୋଇଥାଏ । କିନ୍ତୁ କରୋନା ମହାମାରୀ ପାଇଁ ଆଜି ମନ୍ଦିର ବେଢା ଖାଁ ଖାଁ ଲାଗୁଛି । ପାଖାପାଖି ଜଗତସିଂହପୁରର ବାଲିକୁଦା, ନୂଆଗାଁ, ତିର୍ତ୍ତୋଲ ଓ ଜଗତସିଂହପୁର ଆଦି ୪ ଗୋଟି ବ୍ଲକରୁ ଶତାଧିକ ହବିଷ୍ୟାଳୀ ଅତ୍ୟନ୍ତ ନିରାପଦରେ ଓ ସୁରକ୍ଷିତ ଭାବେ ହବିଷ୍ୟ ବ୍ରତ ପାଳନ କରନ୍ତି । ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ମାନଙ୍କ ଅପାର ସହଯୋଗ ପାଇ ହବିଷ୍ୟାଳୀ ମାନେ ନିଜ ନିଜର ଅଭିଷ୍ଟ ପୂରଣ କରିଥାନ୍ତି । ଏବେ ହବିଷ୍ୟାଳୀ ମାନେ ସିଦ୍ଧଳ ଜଗନ୍ନାଥଙ୍କୁ ଓ ମନ୍ଦିର ପରିଚାଳନା କମିଟି ସହିତ ଗ୍ରାମବାସୀଙ୍କୁ ଝୁଲୁଥିବା ବେଳେ ଗ୍ରାମବାସୀମାନେ ମଧ୍ୟ ହବିଷ୍ୟାଳୀ ମାନଙ୍କୁ ଝୁଲୁଥିବା ଲକ୍ଷ୍ୟ କରାଯାଉଛି । କେବେ କରୋନା ମହାମାରୀ ରୋଗ ଦୂର ହେବ କେବେ ସେହି ରୋଗର ପ୍ରତିଷେଧକ ଟୀକା ପ୍ରସ୍ତୁତ ହେବ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ସଭିଏ ପ୍ରାର୍ଥନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ