ହରଡ ଘଣାରେ ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷ
ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ପୌରପରିଷଦ ଅଧିନ କଣ୍ଟାପଡା ଗ୍ରାମରେ ଆବର୍ଜନା କ୍ଷେପଣ ସ୍ଥାନକୁ ନେଇ ସାଧାରଣ ଜନତା ଓ ପୌରପରିଷଦ ଅଧ୍ୟକ୍ଷଙ୍କ ମଧ୍ୟରେ ଠେଲା ପେଲା ଘଟଣା ସାଧାରଣରେ କୌତୁହଳ ସୃଷ୍ଟି କରିଛି । ଜଗତସିଂହପୁର ପୌରପରିଷଦ ଅଞ୍ଚଳରେ ଥିବାବିଭିନ୍ନ ଅଳିଆ ଆବର୍ଜନା ପ୍ରଭୃତିକୁ ପ୍ରତିଦିନ ନେଇ ସ୍ଥାନୀୟ କଣ୍ଟାପଡା ପଡିଆରେ ପକାଇବାକୁ ପୌରପରିଷଦ ଚିନ୍ତାକରିଥିଲା । କଣ୍ଟାପଡାରେ ଟିଣ ଆଜ୍ ବେଷ୍ଟ୍ ଘେରାଇ ସ୍ଥାୟୀ ଅଳିଆ ଗଦା ସ୍ଥାପନ କରିଥାନ୍ତା । କିନ୍ତୁ ପୌରପରିଷଦର ସମସ୍ତ ଯୋଜନା ଭଣ୍ଡୁର ହୋଇଛି । ସ୍ଥାନୀୟ ଲୋକେ ଏହାକୁ ତୀବ୍ର ବିରୋଧ କରିବା ସହିତ ସଂପୃକ୍ତ ଅଧିକାରୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପେଲା ଠେଲା କରିଥିବାର ଦୃଶ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି । ସଂପୃକ୍ତ ଅଧିକାରୀ ପୌରପରିଷଦ ଅଧୀନରେ କାର୍ଯ୍ୟରତ ଜଣେ ହୋମିଓପାଥି ଡାକ୍ତର ଅଟନ୍ତି । ପୌରପରିଷଦ ଅଧ୍ୟକ୍ଷଙ୍କ ପଦ ଖାଲି ପଡ଼ିଥିବାରୁ ତାଙ୍କୁ ଅତ୍ୟଧିକ ଦାଇତ୍ୱ ପ୍ରଦାନ କରାଯାଇଛି । ଅତୀତରେ ନିଜ କର୍ମଚାରୀ ମାନଙ୍କ ପ୍ରତି ମାତ୍ରାଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ସମାଲୋଚିତ ହୋଇଥିଲେ ।