ହରପ୍ରୀୟା ସାମନ୍ତରାୟ ହେଲେ ରେଲୱେ ବୋର୍ଡ ସଭ୍ୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରର ବରିଷ୍ଠ ଆଇନଜୀବୀ ହରପ୍ରୀୟା ସାମନ୍ତରାୟ ରେଲୱେ ବୋର୍ଡ ତଥା ରେଲବାଇ ଯାତ୍ରୀ କଲ୍ୟାଣ ପରିଷଦର ସଦସ୍ୟ ମନୋନୀତ ହୋଇଛନ୍ତି । ରେଲ ଯାତ୍ରୀଙ୍କ ସମସ୍ୟା ସମାଧାନ ପାଇଁ କାର୍ଯ୍ୟକରିବେ ବୋଲି ଶ୍ରୀମତି ସାମନ୍ତରାୟ କହିଛନ୍ତି । ରେଲ ଯାତ୍ରୀଙ୍କ ସମସ୍ୟା ସମାଧାନ ପାଇଁ କର୍ଯ୍ୟକରୁଥିବା ଏକମାତ୍ର ସଂଘଠନ, ଭାରତୀୟ ରେଲଯାତ୍ରୀ କଲ୍ୟାଣ ସମିତିର ସଭାପତି ତଥା ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ଉତର କେନ୍ଦ୍ରୀୟ ରେଲବାଇର ସଦସ୍ୟ ଡକ୍ଟର ପ୍ରଦୀପ କୁମାର ତୱାରୀ ରେଲ ସେବା ପ୍ରତି ତାଙ୍କର ଆଗ୍ରହକୁ ଦଅଷ୍ଟିରେ ରଖି ଓଡ଼ିଶାର ଜଣାଶୁଣା ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ହରପ୍ରୀୟା ସାମନ୍ତରାୟଙ୍କୁ କମିଟିର ସଦସ୍ୟ ଭାବେ ମନୋନୀତ କରିଛନ୍ତି ।