ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଚନ୍ଦ୍ରଭାନୁପୁର ଖେଳ ପଡିଆ ଠାରେ ଚତୁର୍ଥ ଆନ୍ତଃଜିଲ୍ଲା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପୁଲିସ ଅଧିକାରୀ ବିଭୂତିଭୂଷଣ ସ୍ୱାଇଁ, ବିଜୟ କୁମାର ନାୟକ, ବିକ୍ରମକେଶରୀ ମହାପାତ୍ର, ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ସମାଜସେବୀ ଲଳିତ ରାଉତ, ରଜନୀକାନ୍ତ ଚନ୍ଦ ପ୍ରମୁଖ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ ଉତ୍କଳିକା ବାସୁଦେବପୁର ଓ ଧାମନଗର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉତ୍କଳିକା କ୍ରିକେଟ ଟିମ ଟସଜିତି ନିର୍ଦ୍ଧାରିତ ୨୦ଓଭରରେ ୭ଗୋଟି ଉଇକେଟ ହରାଇ ୨୨୨ରନ କରିଥିଲା । ଜବାବରେ ଧାମନଗର କ୍ରିକେଟ ଟିମ ୧୯.୫ଓଭରେ ସମସ୍ତ ଉଇକେଟ ହରାଇ ୧୭୯ରନ ସଂଗ୍ରହ କରିଥିଲା । ଉତ୍କଳିକା ଟିମର ସର୍ବାଧିକ ୭୪ରନ କରିଥିବା ରଶ୍ମିରଞ୍ଜନ ମହାକୁଡଙ୍କୁ ମ୍ୟାନ ଅଫଦ ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ଅମ୍ପେୟାର ଭାବେ ସତ୍ୟବ୍ରତ ଚନ୍ଦ ଓ ରାମଚନ୍ଦ୍ର ଦାସ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ସୋଭନ ଶଙ୍ଖୁଆ, ସୁବ୍ରତ ପାତ୍ର ଓ ଭାଷ୍ୟକାର ଭାବେ ପ୍ରଦୀପ ଜେନା, ମନୋରଞ୍ଜନ ନାୟକ ଦାୟିତ୍ୱ ନିର୍ବାହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ